41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକେଦାରନାଥ ମନ୍ଦିର ବାହାରେ ରାତିରେ କାହିଁକି ପହରା ଦେଉଛନ୍ତି ପୁରୋହିତ ? ରହିଛି ଏହି ଭୟ

କେଦାରନାଥ ମନ୍ଦିର ବାହାରେ ରାତିରେ କାହିଁକି ପହରା ଦେଉଛନ୍ତି ପୁରୋହିତ ? ରହିଛି ଏହି ଭୟ

ଡେରାଡୁନ୍‌: ବିଶ୍ବ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଗର୍ଭଗୃହରେ ସ୍ବର୍ଣ୍ଣର ଆସ୍ତରଣ କରିବାକୁ ନେଇ ଏବେ ବିରୋଧ ଯୋର ଧରିଛି। କେଦାରନାଥ ଧାମର ତୀର୍ଥ ପୁରୋହିତଙ୍କୁ ଭୟ ରହିଛି ଯେ,ମନ୍ଦିର କମିଟିରେ ରାତିରେ ସୁନାର ଆସ୍ତରଣ ଲଗାଇବାର କାମ କରିନଦିଅନ୍ତୁ, ଏଥିପାଇଁ ଏବେ ରାତିରେ ମଧ୍ୟ ତୀର୍ଥ ପୁରୋହିତ ପ୍ରହରା ଦେଉଛନ୍ତି। ମହାରାଷ୍ଟ୍ରର ଜଣେ ବଡ ଦାନଦାତା କେଦାରନାଥ ମନ୍ଦିର ଭିତରେ ଭାଗ ଅର୍ଥାତ ଗର୍ଭଗୃହକୁ ସୁନାର ଆସ୍ତରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ମନ୍ଦିରର ଏହି ସ୍ଥାନକୁ ପୂର୍ବରୁ ୨୩୦ ଗ୍ରାମ୍ ରୂପରେ ଆସ୍ତରଣ ଦିଆଯାଇଥିଲା। ଏବେ ରୂପାର ଆସ୍ତରଣକୁ ହଟାଇ ତମ୍ବା ଲଗାଇ ଟ୍ରାଏଲ ଆରମ୍ଭ ହୋଇସାରିଛି ଓ ଧାମର ତୀର୍ଥ ପୁରୋହିତ ଏହାକୁ ବିରୋଧ କରୁଛନ୍ତି।

ତୀର୍ଥ ପୁରୋହିତ କହିଛନ୍ତି, କେଦାରନାଥ ଧାମ ହେଉଛି ମୋକ୍ଷ ଧାମ। ଏଠାକୁ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିବା ପରେ ମୋକ୍ଷ ପ୍ରାପ୍ତି କରିବାକୁ ଆସିଥାନ୍ତି, ନା କି ସୁନା-ରୂପା ଦେଖିବାକୁ। ମନ୍ଦିର ଗର୍ଭ ଗୃହରେ ସୁନା-ରୂପାର ଆସ୍ତରଣ ଦିଆଗଲେ ଏଠାର ପୌରାଣିକ ପରମ୍ପରା ସହିତ ଖେଳ ଭଳି ହୋଇଯିବ। ଆଜି ପର୍ଯ୍ୟନ୍ତ ସୁନା ନଲଗାଇ କ’ଣ ଶ୍ରଦ୍ଧାଳୁ ଆସୁନାହାନ୍ତି? ଏହି କଥାକୁ ନେଇ ବଦ୍ରୀ-କେଦାର ମନ୍ଦିର କମିଟିର ସିଇଓଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ତାଙ୍କୁ ମନ୍ଦିରର ଗର୍ଭ ଗୃହରେ ସୁନାର ଆସ୍ତରଣ ଲଗାଯିବା କାମକୁ ରୋକିବାକୁ ଦାବି କରାଯାଇଛି।

ବଦ୍ରୀ-କେଦାର ମନ୍ଦିର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି, ମନ୍ଦିରର ଗର୍ଭ ଗୃହକୁ କେହି କିଛି ଖରାପ କରିବାକୁ ଚାହୁଁ ନାହନ୍ତି। ବର୍ତ୍ତମାନ ମନ୍ଦିରର ଗର୍ଭଗୃହରେ ରୂପାର ଆସ୍ତରଣ ରହିଛି। ତାକୁ ହଟାଇ ସୁନାର ଲଗାଯିବ। ଅଳ୍ପ କିଛି ଲୋକ ବିରୋଧ କରୁଛନ୍ତି। ମନ୍ଦିରର ଗର୍ଭଗୃହରେ ସ୍ବର୍ଣ୍ଣ ମଣ୍ଡିତ ହେଲେ ଆହୁରି ଦିବ୍ୟ ଓ ଭବ୍ୟ ଦେଖାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking