36.1 C
Bhubaneswar
Saturday, May 11, 2024
Homeଅପରାଧଯୌନ ନିର୍ଯାତନାର ଶିକାର ହୋଇଥିବା ଝିଅର ମୃତ୍ୟୁ ପରେ ଲକ୍ଷ୍ମୀପୁର ଖେରୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି

ଯୌନ ନିର୍ଯାତନାର ଶିକାର ହୋଇଥିବା ଝିଅର ମୃତ୍ୟୁ ପରେ ଲକ୍ଷ୍ମୀପୁର ଖେରୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି

ଲକ୍ଷ୍ମୀପୁର ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଭୀରା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କ ଦ୍ୱାରା ଯୌନ ନିର‌୍ୟାତନା ଉଦ୍ୟମ ବେଳେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ କହିଛି। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିର ଆଶଙ୍କା କରି ପୋଲିସ ପୀଡିତାଙ୍କ ଗାଁରେ ଫୋର୍ସ ମୁତୟନ କରିବାକୁ ବାଧ୍ୟ ହୋଇଛି ।
ସୋମବାର ଦିନ ମହିଳା ଜଣକ ଭିନ୍ନ ସମ୍ପ୍ରଦାୟର ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କ ଦ୍ୱାରା ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ।
ରିପୋର୍ଟ ମୁତାବକ, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଭୀରା ଅଞ୍ଚଳରେ ଆକ୍ରମଣର ଶିକାର ହୋଇଥିବା ଝିଅଟିର ତାଙ୍କ ଘରେ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି।
ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଶନିବାର ସନ୍ଧ୍ୟାରେ ପର‌୍ୟ୍ୟାପ୍ତ ପୋଲିସ ଫୋର୍ସ ଉପସ୍ଥିତିରେ ପରିବାର ସଦସ୍ୟ ନିଜ ଗାଁରେ ଶବ ସତ୍କାର କରିଥିଲେ। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ତାଙ୍କ ମୃତ୍ୟୁ ପରେ ପୋଲିସ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି , କିନ୍ତୁ ଘଟଣା ପରେ ଦାଖଲ ହୋଇଥିବା ମୂଳ ଏଫଆଇଆରରେ ହତ୍ୟା ନୁହେଁ ବୋଲି ଦର୍ଶାଯାଇଥିଲା ।
ପରିବାରର ଅଭିଯୋଗକୁ ଧ୍ୟାନ ନଦେବା ଅଭିଯୋଗରେ ପୋଲିସ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ଶୁକ୍ରବାର ମହିଳାଙ୍କ ମୃତ୍ୟୁ ପରେ ଏହି ଘଟଣାର ଅନୁସନ୍ଧାନ କରି “ଆଇପିସିର ଧାରା ୩୨୪ (ସ୍ବେଚ୍ଛାକୃତ ଭାବର ବିପଜ୍ଜନକ ଅସ୍ତ୍ରଶସ୍ତ୍ର କିମ୍ବା ଉପାୟ ଦ୍ୱାରା ଆଘାତପ୍ରାପ୍ତ) ଏବଂ ଆଇପିସିର ୩୦୪ (ଦୋଷୀ ସାବ୍ୟସ୍ତ ହତ୍ୟାକାଣ୍ଡର ଦଣ୍ଡ) ମୂଳ ଏତଲାରେ ଯୋଗ କରାଯାଇଛି। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ଦିନ ଏକ ପ୍ରେସ ବିବୃତ୍ତିରେ ପୋଲିସ କହିଛି ।
ସୋସିଆଲ ମିଡିଆରେ ତାଙ୍କ ପରିବାର ସଦସ୍ୟଙ୍କ ଏକ ଭିଡିଓ କ୍ଲିପ୍ ଆସିବା ପରେ ଏଫ୍ଆଇଆର୍ରେ ଥିବା ତ୍ରୁଟି ବିଷୟରେ ପୋଲିସ ଜାଣିବାକୁ ପାଇଥିଲା ।
ସୋସିଆଲ ମିଡିଆରେ ଏହି ଭିଡିଓ ପଦାକୁ ଆସିବା ପରେ ଦାୟିତ୍ୱରେ ଥିବା ଆଉଟପୋଷ୍ଟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ଅତିରିକ୍ତ ପୋଲିସ ଅଧୀକ୍ଷକ ଅରୁଣ କୁମାର ସିଂଙ୍କୁ ଦିଆଯାଇଛି ବୋଲି ପୋଲିସ କହିଛି।
ଅନ୍ୟପକ୍ଷରେ, ଶୁକ୍ରବାର ଝିଅର ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକ ଏହି ଘଟଣାରେ ଶୀଘ୍ର କାର‌୍ୟ୍ୟାନୁଷ୍ଠାନ ଏବଂ ନ୍ୟାୟ ଦାବିରେ ଆନ୍ଦୋଳନ କରିବା କରିବାରୁ ମହିଳାଙ୍କ ଗାଁରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କରେ ସୂଚନା ପାଇବା ପରେ ଏଏସପି ଅରୁଣ କୁମାର ସିଂ, ଡିଏସପି ରେଜେଶ କୁମାର ଏବଂ ଅନ୍ୟମାନେ ଗାଁକୁ ଯାଇ ବିକ୍ଷୋଭକାରୀଙ୍କୁ ଶାନ୍ତି ରକ୍ଷାକରିବା ପାଇଁ ଅନୁରୋଧ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଅଧିକାରୀମାନେ ପରିବାର ଲୋକଙ୍କୁ ବିଶ୍ୱାସ ଦେବାପରେ ମୃତଦେହକୁ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ନେବାକୁ ଅନୁମତି ଦେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking