26.1 C
Bhubaneswar
Friday, March 29, 2024
Homeଓଡିଶାବାଲି, ପାଉଁଶ, ଚିପସ୍ ଓଭରଲୋଡିଂ ଯାନରୁ ଆଦାୟ ହେବ ୨୦ ହଜାର ଫାଇନ୍: ଆସନ୍ତା ୧୯ରୁ...

ବାଲି, ପାଉଁଶ, ଚିପସ୍ ଓଭରଲୋଡିଂ ଯାନରୁ ଆଦାୟ ହେବ ୨୦ ହଜାର ଫାଇନ୍: ଆସନ୍ତା ୧୯ରୁ ଚେକିଂ ଆରମ୍ଭ କରିବ ଏସଟିଏ

ଭୁବନେଶ୍ୱର: ଏଣିକି ଓଭରଲୋଡ଼ି ଯାନକୁ ଆଉ ନିସ୍ତାର ନାହିଁ । ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) । ଆସନ୍ତା ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରି ରହିବ । ଯାନରେ ବାଲି, ପାଉଁଶ, ଚିପ୍ସ ପରିବହନ କରି ନେଉଥିବା ହାଇଓବା, ଟିପର, ଡମ୍ପର ସହ ଅନ୍ୟ ଯାନକୁ ଯାଞ୍ଚ କରାଯିବ । ମୋଟର ଯାନ ନିୟମ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଓଭରଲୋଡିଂ ବିରୋଧୀ ଅଭିଯାନ ଏସଟିଏ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି । ଗତ ୨୦୨୧ରେ ଓଭରଲୋଡିଂ କାରଣରୁ ୧୪୪୨ଟି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିର ଭାରସାମ୍ୟ ଠିକ୍ ନଥିବା ଯୋଗୁଁ ମୋଟ ୬୭୩ ଜଣ ପ୍ରାଣ ହରାଇଥିଲେ । ଏହାଛଡ଼ା ଯାନ ଭାରସାମ୍ୟ ହରାଇବା କାରଣରୁ ୮୩୪ ଜଣ ଗୁରୁତର ହୋଇଥିବା ବେଳେ ୫୮୮ ଜଣ ସାମାନ୍ୟ ଆହତ ହୋଇଥିଲେ ।

ମୋଟର ଯାନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏସଟିଏ କାଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସଂଶୋଧିତ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ ଉଲ୍ଲଂଘନକାରୀଙ୍କୁ ଧାରା ୧୯୪ଆଇ) ଅନୁଯାୟୀ ଦଣ୍ଡିତ କରାଯିବ । ଯାନରେ ଓଭରଲୋଡିଂ ପାଇଁ ୨୦ ହଜାର ଓ ଅତିରିକ୍ତ ଟନ୍ ପିଛା ୨ ହଜାର ଟଙ୍କା ଜରିମାନା ଲାଗୁ କରାଯିବ । ଏଥିସହିତ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାର ସମ୍ଭାବନା ରହିଛି । ରାୟଗଡ଼ା, ବଲାଙ୍ଗିର, ଭଦ୍ରକ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଓ ଅନୁଗୁଳ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking