29.1 C
Bhubaneswar
Saturday, April 27, 2024
Homeଓଡିଶାବସୁମତୀ ସ୍ନାନ କିପରି ପାଳନ କରାଯାଏ

ବସୁମତୀ ସ୍ନାନ କିପରି ପାଳନ କରାଯାଏ

ଭୁବନେଶ୍ୱର: ରଜର ଶେଷ ଦିନ ବସୁମତୀ ସ୍ନାନ ହୋଇଥାଏ । ରଜର ଜୁନ ମାସର ମଧ୍ୟ ଭାଗରେ ପଡୁଥିବା ରଜ ହେଉଛି ଓଡିଶାର ଏକ ମୁଖ୍ୟ ପର୍ବ । ସାଧାରଣ ତିନି ଦିନ ରଜ ପାଳନ କରାଯାଏ । ଝିଅମାନେ ଅତି ଆନନ୍ଦର ସହ ମଜାମସ୍ତି କରି ରଜ ପାଳନ କରିଥାନ୍ତି । ରଜରେ ଘରେ ଘରେ ପିଠାପଣାର ଆସର ଜମିଥାଏ । ଘର ଘର ବୁଲି ଗାଁ ଠୁ ସହର ଝିଅ ଓ ମହିଳାମାନେ ଏକ ଭିନ୍ନ ଧରଣର ମାହୋଲ ସୃଷ୍ଟି କରନ୍ତି । ପ୍ରମୁଖ ବିଶ୍ୱାସ ଅନୁସାରେ, ଯେମିତି ଜଣେ ମହିଳା ନିଜର ମାସିକ ଧର୍ମନ ପାଳନ କରିଥାଏ, ଯାହା ତାର ଜନ୍ମ କରିବାର କ୍ଷମତାକୁ ଦର୍ଶାଇଥାଏ, ସେହିପରି ବସୁଧା ମା ନିଜର ମାସିକ ଧର୍ମ ପାଳନ କରିଥାଏ ।
ସେଥିପାଇଁ ଏହି ତିନି ଦିନକୁ ମାସିକ ଧର୍ମ ବୋଲି କୁହାଯାଇଥାଏ । ସେତେବେବେଳେ ସମସ୍ତ ପ୍ରକାର କୃଷି କାର୍ଯ୍ୟ ବନ୍ଦ ରଖାଯାଇଥାଏ । ହିନ୍ଦୁ ଘରେ ଯେପରି ମାସିକ ଧର୍ମ ଦେଇ ଗତି କରୁଥିବା ମହିଳାମାନଙ୍କୁ ଅପବିତ୍ରତା କାରଣରୁ ସମସ୍ତଙ୍କଠାରୁ ଅଲଗା ରଖାଯାଇଥାଏ । ଏହାସହ କିଛି ବି ଜିନିଷ ଛୁଇଁବାକୁ ଦିଆଯାଏନାହିଁ । ସେହି ଦିନରେ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ବିଶ୍ରାମ କରିବାକୁ ଦିଆଯାଏ । ଏହି କାରଣରୁ ବସୁଧା ମାଙ୍କୁ ତିନି ଦିନଯାଏଁ ବିଶ୍ରାମ ଦିଆଯାଇଥାଏ । ଯାହାଫଳରେ ସମସ୍ତ କୃଷିକାର୍ଯ୍ୟ ବନ୍ଦ ରଖାଯାଏ । ବିଶେଷ ଭାବରେ ରଜ ପର୍ବଟି ଅବିବାହିତା ଝିଅ ଏବଂ ମା ମାନଙ୍କ ପାଇଁ ବେଶି ଗୁରୁତ୍ୱ ରଖେ । ମାସିକ ଧର୍ମ ପାଳନ କରୁଥିବା ମହିଳାଙ୍କ ପରି ସେମାନଙ୍କୁ ସେହି ସବୁ କାମ କରିବାକୁ ପଡିଥାଏ । ପ୍ରଥମ ଦିନରେ ତାଙ୍କୁ କେଶ ଧୋଇ ଦେହରେ ହଳଦୀ ଲଗାଇ ନଦୀ ଜଳରେ ଗାଧୋଇବାକୁ ହୁଏ । ବାକି ଦୁଇ ଦିନରେ ସେମାନଙ୍କୁ ଗାଧୋଇବା ପାଇଁ ବାରଣ କରାଯାଏ । ସେମାନେ ମାଟି ଉପରେ ଚାଲନ୍ତିନି କି ମାଟି ଉପରେ ଗାର ଟାଣନ୍ତିନି ।
ବଟାବଟି, କଟାକଟି ଓ ରୋଷେଇ ବି ସେମାନେ କରିନଥାନ୍ତି । ଏହି ତିନି ଦିନ ଯାଏଁ ସେମାନେ କେବଳ ସୁସଜ୍ଜିତ ହୋଇ ରହିଥାନ୍ତି । ବସୁମତୀ ସ୍ନାନ ଦିନ ଶିଳପୁଆକୁ ଭଲସେ ଧୋଇ ତାକୁ ଏକ ପିଢା ଉପରେ ରଖି ସେଥିରେ ସିନ୍ଦୂର ଲଗାଯାଏ । ତା ସାମ୍ନାରେ ଏକ ମିରର ରଖାଯାଏ । ଯେମିତି ମିରର ଉପରେ ଶିଳପୁଆ ନଜର ଆସୁଥିବ । ଗୁଆ କଳସ ରଖି ମା ବସୁମତୀଙ୍କୁ ଆଦର ସହକାରେ ପୂଜା କରାଯାଏ । ତେବେ ସମସ୍ତେ କଳସ ବସାନ୍ତି ନାହିଁ । ଦେବୀଙ୍କ ରୂପରେ ଶିଳପୁଆକୁ ସଜ୍ଜାଇ ଧୂପ ଦୀପ ଦେଇ ଭୋଗ ଚଢାଯାଏ । କଦଳୀ, ନଡିଆ, ଆମ୍ବ ଆଦି ଭୋଗ ବି କରାଯାଏ । ଏହିପରି ପାଳନ କରାଯାଏ ବସୁମତୀ ସ୍ନାନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking