30.1 C
Bhubaneswar
Wednesday, April 24, 2024
HomeUncategorizedଟୋଲ ଗୋଟାଉଛନ୍ତି ଆଦିବାସୀ,ଲାଭ ମାରୁଛନ୍ତି ଦଲାଲ

ଟୋଲ ଗୋଟାଉଛନ୍ତି ଆଦିବାସୀ,ଲାଭ ମାରୁଛନ୍ତି ଦଲାଲ

ମାଲକାନଗିର : ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ବନଜାତ ଦ୍ରବ୍ୟ | ଅନ୍ୟ ଲଘୁବନଜାତ ଦ୍ରବ୍ୟ ଭଳି ଟୋଲ ମଧ୍ୟ ଆଦିବାସୀମାନଙ୍କ ଜୀବିକା ଉପାର୍ଜନର ଏକ ମାଧ୍ୟମ | ଏହାକୁ ସେମାନେ ବିକ୍ରି କରିବା ସହ ଏଥିରୁ ତେଲ ପ୍ରସ୍ତୁତ କରିଥାନ୍ତି | ଏଥିସହ ଏହାକୁ ଗୋଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଉଛି | ଏଣୁ କିଛି ପରିମାଣରେ ବିକ୍ରି କରିବା ସହ କିଛି ତେଲ ପାଇଁ ରଖିଥାନ୍ତି | ମେ’ ମାସରୁ ଜୁନ୍ ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରି ଏହାକୁ ଶୁଖାଇବା ପରେ ଉପର ଖୋଳପାକୁ ଛଡ଼ାଇ ବିକ୍ରି କରିଥାନ୍ତି ସ୍ଥାନୀୟ ବାସିନ୍ଦା | ବର୍ଷରୁ ୩/୪ ମାସ ଏହା ହେଉଛି ଅଂଚଳବାସୀଙ୍କ ରୋଜଗାରର ପନ୍ଥା | ଏନେଇ କରୁଥିବା ପରିଶ୍ରମର ମୂଲ୍ୟ କିନ୍ତୁ ପାଉନାହାନ୍ତି ଅଂଚଳବାସୀ | କଷ୍ଟ କରି ଟୋଲ ସଂଗ୍ରହ କରୁଛନ୍ତି | କିନ୍ତୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ବାବଦରେ ସେମାନେ ଜାଣିପାରୁନାହାନ୍ତି | ଏହାର ସୁେଯାଗ ନେଉଛନ୍ତି ଅସାଧୁ ବ୍ୟବସାୟୀ ବିଶେଷ କରି ପଡ଼ୋଶୀ ରାଜ୍ୟର ବ୍ୟବସାୟୀମାନେ ଖୁବ୍ ଶସ୍ତା ଦରରେ ଏସବୁକୁ କିଣି ବାହାରେ ବିକ୍ରୀ କରି ଭଲ ପଇସା ପାଉଛନ୍ତି | କିନ୍ତୁ ଗରିବ ଆଦିବାସୀମାନେ ଶୋଷଣର ଶୀକାର ହେଉଛନ୍ତି | ଗାଁ’ର ମୁଷ୍ଟିମେୟ ବ୍ୟକ୍ତି ମଧ୍ଯ ଶହଶହ କ୍ବିଂଟାଲ ଟୋଲ ମହଜୁଦ୍ ରଖି ଏହାକୁ ବାହାରେ ଚଢାଦରରେ ବିକ୍ରି କରୁଛନ୍ତି | ଦିନକୁ ଦିନ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଉଥିବାରୁ କ୍ରୟ କରି ବ୍ୟବହାର କରିବାକୁ ଗରିବ ଆଦିବାସୀମାନଙ୍କ ପାଇଁ କଷ୍ଟ ହୋଇପଡ଼ୁଛି | ତେଣୁ ବର୍ଷର କିଛି ମାସ ଏହି ତେଲକୁ ହିଁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି | ତେବେ ଟୋଲ ସଂଗ୍ରହ କରୁଥିବା ଲୋକେ ସିଧାସଳଖ ଏହାକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି | ସରକାର ଏ ଦିଗରେ ବିଶେଷ ଦୃଷ୍ଟି ଦେବା ସହ ଆଦିବାସୀଙ୍କ ଜୀବନ ଜୀବିକା ନେଇ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା , ସେମାନଙ୍କୁ ପ୍ରକୃତ ମୂଲ୍ୟ ଦେଇପାରିଲେ ସେମାନଙ୍କର ଆର୍ଥିକ ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking