32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହ୍ୱାଟସଆପ ୱେବରେ ଆସୁଛି ଅଡିଓ-ଭିଡିଓ କଲିଂ ସପୋର୍ଟ, ପଢନ୍ତୁ ସଂପୂର୍ଣ୍ଣ ତଥ୍ୟ

ହ୍ୱାଟସଆପ ୱେବରେ ଆସୁଛି ଅଡିଓ-ଭିଡିଓ କଲିଂ ସପୋର୍ଟ, ପଢନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ହ୍ୱାଟସଆପ ୱେବରେ କମ୍ପାନୀ ଧିରେଧିରେ ମୋବାଇଲ ଭର୍ସନ ହ୍ୱାଟସଆପ ର ଫିଚର୍ସ ଦେଉଛି । ଆଉ ଏବେ ହ୍ୱାଟସଆପ ୱେବରେ ଅଡିଓ-ଭିଡିଓ କଲ ଫିଚର ମଧ୍ୟ ଆସିଛି । ଏନେଇ ଆପଣ ପୂର୍ବରୁ ମଧ୍ୟ ଖବର ଶୁଣିଥିବେ । ରିପୋର୍ଟ ଅନୁସାରେ, ହ୍ୱାଟସଆପ ବିଟା ଟେଷ୍ଟରଙ୍କୁ ହ୍ୱାଟସଆପ ୱେବରେ କଲିଂ ଫିଚର ଦିଆଯାଉଛି । ଅର୍ଥାତ ଆଗାମୀ ଦିନରେ କମ୍ପାନୀ ଏହାର ଅପଡେଟ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଜାରି କରିପାରେ । ହ୍ୱାଟସଆପ ୱେବର ଚାଟ୍ ହେଡରରେ ଭଏସ ଓ ଭିଡିଓ କଲ ପାଇଁ ଅପ୍ସନ ରହିଛି । କଲ ଆସିବା ପରେ ହ୍ୱାଟସଆପ ୱେବରେ ଏକ ନୂଆ ୱିଣ୍ଡୋ ପପ୍ ଅପ୍ ହେବ । ଯେଉଁଛି ବ୍ୟବହାରକାରୀ କଲ୍ କୁ ଗ୍ରହଣ କିମ୍ବା ଅଗ୍ରାହ କରିପାରିବେ । ଏହିଭଳି ହ୍ୱାଟସଆପ ୱେବରେ କଲ୍ କରିବା ପାଇଁ ବି ଏକ ପପ୍ ଅପ୍ ରହିବ । ଯେଉଁଠି କଲିଂ ଅପ୍ସନ ରହିଥିବ । ଅନ୍ୟ ଭିଡିଓ କଲିଂ ପ୍ଲାଟଫର୍ମ ଭଳି ଏଠାରେ ମଧ୍ୟ ଉପଭୋକ୍ତାଙ୍କୁ ଭିଡିଓ ଅଫ୍‌, ଭଏସ ମ୍ୟୁଟ ଏବଂ ରିଜେକ୍ଟ କରିବା ପାଇଁ ଅପ୍ସନ ମିଳିବ । ତେବେ ଏହା ସମସ୍ତଙ୍କ ପାଇଁ କେବେ ଜାରୀ ହେବ ସେ ନେଇ କୌଣସି ଘୋଷଣା କରାଯାଇନାହିଁ । ଯଦି ଆପଣ ହ୍ୱାଟସଆପ ବିଟା ଟେଷ୍ଟର, ତେବେ ଆପଣ ଏହି ଫିଚର ବ୍ୟବହାର କରିପାରିବେ । ଆଉ ଯଦି ନୁହେଁ, ତେବେ ଏହାର ଫାଇନାଲ ବିଲ୍ଡ ଆସିବା ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେ, ଏଥିରେ ଗ୍ରୁପ କଲିଂ ଫିଚର ଉପଲବ୍ଧ ହେବ କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking