26.1 C
Bhubaneswar
Tuesday, May 7, 2024
Homeବିଜିନେସ୍ହ୍ୱାଟସଆପ ନୂଆ ପ୍ରାଇଭେସି ପଲିସି ଉପରେ ଲାଗିପାରେ ରୋକ

ହ୍ୱାଟସଆପ ନୂଆ ପ୍ରାଇଭେସି ପଲିସି ଉପରେ ଲାଗିପାରେ ରୋକ

ନୂଆଦିଲ୍ଲୀ: କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ବୁଧବାର ଫେସବୁକ ସ୍ୱାମିତ୍ୱ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପର ଅପଡେଟେଡ ପ୍ରାଇଭେସି ପଲିସି ଓ ସେବା ସର୍ତ୍ତର ବିସ୍ତୃତ ଯାଂଚ ପାଇଁ ଆଦେଶ ଦେଇଛନ୍ତି । ସିସିଆଇ କହିଛନ୍ତି, ପିଲିସି ଅପଡେଟ ନାମରେ ହ୍ୱାଟସଆପ ନିଜ ବ୍ୟବହାରକାରୀଙ୍କ ଶୋଷଣ ଓ ସେମାନଙ୍କ ସହ ଭେଦଭାବ କରିବାକୁ ଚେଷ୍ଟା କରିଛି । ଏହାର ସଂପୂର୍ଣ୍ଣ ଭାବରେ ଯାଂଚ ହେବା ଦରକାର । ବିଭିନ୍ନ ମହଲରୁ ଫେସବୁକ ମାଲିକାନା ହ୍ୱାଟସଆପ ର ଗୋପନୀୟତା ନୀତି ନେଇ ଚିନ୍ତା ବଢୁଛି । ଏହାପରେ ସିସିଆଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ କମ୍ପାନୀ ସିସିଆଇ ସହ ସଂପର୍କ କରିବ ବୋଲି କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି । କମ୍ପାନୀ ମୁଖପାତ୍ର କହିଛନ୍ତି, କମ୍ପାନୀ ଲୋକଙ୍କ ବ୍ୟକ୍ତିଗତ ମେସେଜକୁ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଜରିଆରେ ସଂରକ୍ଷିତ କରିବା ପାଇଁ ପ୍ରତିଶ୍ରୃତିବଦ୍ଧ । ସିସିଆଇ ଯାଂଚ ମହାନିର୍ଦ୍ଦେଶକଙକ୍‌ୁ ୬୦ ଦିନରେ ତଦନ୍ତ ସଂପୂର୍ଣ୍ଣ କରି ରିପୋର୍ଟ ମାଗିଛନ୍ତି ।
ସିସିଆଇ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନୀର ଏଭଳି ଦାବି ନେଇ ସ୍ପଷ୍ଟୀକରଣ ଡିଜିଙ୍କ ଯାଂଚ ପରେ ହିଁ ହୋଇପାରିବ । ଆୟୋଗ କହିଛନ୍ତି, ଉପଭୋକ୍ତାମାନେ ନିଜ ବ୍ୟକ୍ତିଗତ ତଥ୍ୟର ମାଲିକ । ସେମାନଙ୍କ ପାଖରେ ଏହା ଜାଣିବାର ପୁରା ଅଧିକାର ଅଛି, ଯେ ହ୍ୱାଟସଆପ ଦ୍ୱାରା ଫେସବୁକର ଅନ୍ୟ କମ୍ପାନୀଙ୍କୁ ଏଭଳି ସୂଚନା ବାଣ୍ଟିବାର ଉଦ୍ଦେଶ୍ୟ କଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking