29.1 C
Bhubaneswar
Monday, May 6, 2024
Homeଓଡିଶା*ଚାଷୀ ସଂଗଠନଗୁଡିକ ପକ୍ଷରୁ ମାର୍ଚ୍ଚ ୨୬ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ*

*ଚାଷୀ ସଂଗଠନଗୁଡିକ ପକ୍ଷରୁ ମାର୍ଚ୍ଚ ୨୬ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ*

ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାରଙ୍କ କୃଷି ମାରଣ ନୀତି ଯୋଗୁଁ ଦେଶରେ ଚାଷୀମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନ ଧରି କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ । ସେଥିପାଇଁ କୃଷକ ସଂଗଠନଗୁଡିକ ପକ୍ଷରୁ ଆସନ୍ତା ତା ୨୬.୦୩.୨୦୨୧ ରିଖ ଶୁକ୍ରବାର ଦିନ ‘ଭାରତ ବନ୍ଦ୍‌’ର ଡାକରା ଦିଆଯାଇଛି । କଂଗ୍ରେସ ଦଳ ସର୍ବଦା ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଆସିଛି । ସେଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଦଳ ଏହି ବନ୍ଦ୍‌କୁ ସମର୍ଥନ କରିବାକୁ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ

କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ ଓ କର୍ମକର୍ତାମାନେ ବନ୍ଦ୍‌ରେ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ସଫଳ କରିବା ଲାଗି ଓଡିଶାବାସୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking