38.1 C
Bhubaneswar
Friday, April 26, 2024
Homeଓଡିଶାଘୁଞ୍ଚିଲା ବାଣୀବିହାର ଓ ରେଭେନ୍ସା ପରୀକ୍ଷା

ଘୁଞ୍ଚିଲା ବାଣୀବିହାର ଓ ରେଭେନ୍ସା ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ଡାକରା ନେଇ ଘୁଞ୍ଚିଲା ବାଣୀବିହାର ପରୀକ୍ଷା । କାଲି ହେବାକୁ ଥିବା ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ୩୦ କୁ ଘୁଂଚିଛି । ଅନ୍ୟପଟେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପରୀକ୍ଷା ବନ୍ଦ କରାଯାଇଛି । ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ଗତକାଲି ୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏନେଇ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏକ୍ସଆଇଏମବି ରୁ ୪୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ହେବା ପରେ ଏବେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ ନଜର ରଖିଛନ୍ତି ସରକାର । କଣ୍ଟାକ୍ଟ ଟ୍ରେସିଂ ସହ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡାକଡି ନଜର ରଖାଯାଇଛି । ମହାମାରୀ କରୋନା କଡ ଲେଉଟାଇ ଥିବାରୁ ଏବେ ଏହାର ଦ୍ୱିତୀୟ ଲହରି ଆରମ୍ଭ ହୋଇସାରିଛି । ସମସ୍ତେ ଏଥିପାଇଁ ସଚେତନ ହେବା ସହ ସର୍ବଦା ମୁହଁରେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାର ରଖିବାକୁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି । କୋଭିଡ ପାଇଁ ଏବେ ସବୁଠି ମାସ୍କ ଚେକିଂ ମଧ୍ୟ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking