29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶହ୍ୱାଟସଆପ୍ ରେ ବୁକ୍ କରିପାରିବେ ବିମାନ ଟିକେଟ

ହ୍ୱାଟସଆପ୍ ରେ ବୁକ୍ କରିପାରିବେ ବିମାନ ଟିକେଟ

ନୂଆଦିଲ୍ଲୀ:  ବିମାନର ଟିକେଟ ବୁକ୍ କରିବା ପାଇଁ ଆପଣଙ୍କୁ କୌଣସି ୱେବସାଇଟ ବା ଆପକୁ ଯିବାକୁ ପଡ଼ିବ ନାହିଁ। କୌଣସି ନିର୍ଦ୍ଧିଷ୍ଟ ୱେବସାଇଟ୍ ପରିବର୍ତ୍ତେ ଆପଣ ନିଜ ହ୍ୱାଟସଆପ୍ ମାଧ୍ୟମରେ ବିମାନର ଟିକେଟ ବୁକ୍ କରି ପାରିବେ। ଟିକେଟ୍ ବୁକିଂ ପାଇଁ ‘ଇଜି ମାଇଁ ଟ୍ରିପ୍‌’ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି। ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ହ୍ୱାଟସଆପ୍ ନମ୍ବର ୯୯୯୦୩୩୦୩୩୦ରେ ମେସଜ୍ କରିବାକୁ ହେବା ବା https://wa.me/୯୧୯୯୯୦୩୩୦୩୩୦ ଲିଙ୍କକୁ କ୍ଲିକ୍ କରିବାକୁ ହେବ। ୯୯୯୦୩୩୦୩୩୦ରେ ମେସଜ୍ କରି ଆପଣ ବିମାନ ଯାତ୍ରା ସମ୍ବନ୍ଧିତ ସୂଚନା ଜାଣି ପାରିବା ସହ ଟିକେଟ ମଧ୍ୟ ବୁକ୍ କରି ପାରି‌ବେ। ଏହା ସହ ଯାତ୍ରା ସମ୍ବନ୍ଧିତ କୌଣସି ବି ପ୍ରଶ୍ନ ପଚାରି ପାରିବେ।
ଘରୋଇ ଅନଲାଇନ୍ ଟ୍ରାଭେଲ କମ୍ପାନି ‘ଇଜି ମାଇଁ ଟ୍ରିପ୍‌’ ବିମାନ ଟିକେଟ ବୁକ୍ କରିବା ପାଇଁ ହ୍ୱାଟସଆପ୍ ସହ ସହବନ୍ଧନ କରିଥିବା ଜଣା ପଡ଼ିଛି। ଏହା ଦ୍ଵାରା ହ୍ୱାଟସଆପ୍ ବ୍ୟବହାରକାରୀ ହ୍ୱାଟସପ୍‌ ଜରିଆରେ ହିଁ ବିମାନ ଟିକେଟ ବୁକ୍ କରି ପାରିବେ ଏବଂ ଅନ୍ୟ କୌଣସି ୱେବସାଇଟକୁ ଯିବାକୁ ପଡ଼ିବ ନାହିଁ। ଏବେ ହ୍ୱାଟସଆପ୍  ଆଣିଛି ଏଭଳି ସୁବିଧା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking