26.1 C
Bhubaneswar
Wednesday, May 8, 2024
Homeଦେବସ୍ନାନ ପୁର୍ଣ୍ଣିମା-୨୦୨୩ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ କ’ଣ, ଏହିଦିନ କ’ଣ ଉପାୟ କଲେ ଘରେ ବୃଦ୍ଧି ପାଇଥାଏ ସୁଖ,...

ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ କ’ଣ, ଏହିଦିନ କ’ଣ ଉପାୟ କଲେ ଘରେ ବୃଦ୍ଧି ପାଇଥାଏ ସୁଖ, ସମୃଦ୍ଧି ଜାଣନ୍ତୁ

ପୁରୀ: ଆମ ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଖୁବ ଗୁରୁତ୍ୱ ଦିଆଯାଇଥାଏ । ଦେବସ୍ନାନ ପୁର୍ଣିମା କୁ ସ୍ନାନ ପୁର୍ଣିମା ମଧ୍ୟ କୁହାଯାଇଥାଏ । ଆମ ଜଗନ୍ନାଥ ସଂସ୍କୃତିରେ ଏହିଦିନର ଖୁବ ମହତ୍ତ୍ୱ ରହିଛି । ଏହିଦିନ ସ୍ନାନ ମଣ୍ଡପ ରେ କାଳିଆ ଠାକୁର ତାଙ୍କ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୁଦର୍ଶନ ମହାପ୍ରଭୁ ଓ ମଦନମୋହନ ମୂର୍ତିଙ୍କ ସହିତ ଆବିର୍ଭାବ ହୋଇଥାଆନ୍ତି ।
ଏହିଦିନ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥାଏ । ଏହିଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଜ୍ବରରେ ପଡି ଅଣସର ଗୃହରେ ରହି ଥାଆନ୍ତି । ମହାପ୍ରଭୁ ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଫୁଲୁରୀ ଫୁଲରେ ପ୍ରସ୍ତୁତ ବିଭିନ୍ନ ଲେପ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇ ଥାଏ ଓ ମାଲିସ କରାଯାଇ ଥାଏ । ଜ୍ୱର ସମୟରେ ମହାପ୍ରଭୁ ଯେଉଁ ଘରେ ବିଶ୍ରାମ ନେଇଥାଆନ୍ତି ତାହାକୁ ଅଣସର ଘର କୁହାଯାଇଥାଏ । ଏହାର ଠିକ ୧୫ ଦିନ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଦେବସ୍ନାନ ପୁର୍ଣିମାରେ କରନ୍ତୁ ଏହି ଉପାୟ –
* ସ୍ନାନ ପୂର୍ଣିମା ଦିନ ବିଷ୍ନୁ ସହସ୍ର ନାମ ଜପ କରିବା କିମ୍ବା ଶ୍ରବଣ ଖୁବ ଶୁଭ ଅଟେ । ଏହାଦ୍ୱାରା ଗୃହରୁ ଦରିଦ୍ରତା ନାଶ ହୋଇଥାଏ ଓ ବାତାବରଣ ରେ ଶୁଦ୍ଧତା ଆସିଥାଏ ।
* ଆପଣ ଯଦି ଏହିଦିନ ନିଜର ସମୃଦ୍ଧି ପାଇଁ ବଜରଙ୍ଗବାଲି ଙ୍କ ନିକଟରେ ସୁଂଦରକାଣ୍ଡ ପାଠ କରିବେ ତେବେ ଜୀବନ ର ସମସ୍ତ ସମସ୍ୟା ଠାରୁ ଦୁରେଇ ରହିବେ । ଏହାଛଡା ମହାବୀର ଙ୍କ ନିକଟରେ ନଡ଼ିଆ ଟିଏ ଅର୍ପଣ କରନ୍ତୁ ।
* ସ୍ନାନ ପୁର୍ଣିମା ଦିନ ବାଟରେ ଯାଉଥିବା ବାଟୋଇ ଙ୍କୁ ଜଳ ଦାନ ଓ ଅନ୍ନ ଦାନର ଖୁବ ମହତ୍ୱ ରହିଛି । ଏପରି କରିବା ଦ୍ୱାରା ଘରେ କଳହ ଓ ଦରିଦ୍ରତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ ।
* ବିଶେଷ ଭାବରେ ଏହିଦିନ ମହାଦେବଙ୍କ ନିକଟରେ ଜଳ ଲାଗି କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଶତ୍ରୁ ଭୟ ଦୂର ହୋଇଥାଏ, ଦୁଃଖ ନାଶ ହୋଇଥାଏ । ସ୍ନାନ ପୁର୍ଣିମା ଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଶିବ ମନ୍ଦିରରେ ଘୃତ ଅର୍ପଣ କରନ୍ତୁ ।
* ଏହିଦିନ ଶ୍ରୀ ବିଷ୍ନୁଙ୍କ ଜଳାଭିଷେକ କରାଇବା ଦ୍ୱାରା ଘରର ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ ଓ ବିଷ୍ନୁ ଙ୍କ କୃପାରୁ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking