30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକମିଲା ଗ୍ୟାସ ସିଲିଣ୍ଡର ଦର

କମିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର। କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର। ଜୁନ୍ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ତୈଳ କମ୍ପାନୀଗୁଡିକ ଜୁନ୍ ୧ ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି।

ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ହ୍ରାସ କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ବର୍ତ୍ତମାନ ୧୭୭୩ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ଗ୍ରାହକ ଏହି ସିଲିଣ୍ଡରକୁ ୧୮୫୬.୫୦ ଟଙ୍କା ଦେଉଥିଲେ।

ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ପରି ସମାନ ମୂଲ୍ୟରେ ଏହା ମିଳିବ।
ରାଜଧାନୀ ଦିଲ୍ଲୀରେ ପୂର୍ବରୁ ଗ୍ୟାସ ସିଲିଣ୍ଡର ୧୮୫୬.୫୦ ଟଙ୍କାରେ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ୧୭୭୩ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୋଲକାତାରେ ୧୯୬୦.୫୦ ଟଙ୍କା ୧୯ କିଲୋଗ୍ରାମ ସିଲିଣ୍ଡର ପାଇଁ ଦିଆଯାଉଥିଲା, କିନ୍ତୁ ନୂତନ ମୂଲ୍ୟ ଅନୁଯାୟୀ ବର୍ତ୍ତମାନ ଗ୍ରାହକଙ୍କୁ ୧୮୭୫.୫୦ ଟଙ୍କା ଦେବାକୁ ପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking