25.1 C
Bhubaneswar
Thursday, May 9, 2024
Homeଦେବସ୍ନାନ ପୁର୍ଣ୍ଣିମା-୨୦୨୩ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଏହି ଗୋଟିଏ କାମ କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ମିଳିଥାଏ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଏହି ଗୋଟିଏ କାମ କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ମିଳିଥାଏ

ପୁରୀ:ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଏହି ଗୋଟିଏ କାମ କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ମିଳିଥାଏ । ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ ।  ବର୍ଷ ର ପୂର୍ଣ୍ଣିମା ମଧ୍ୟରୁ ଆଜିର ପୁର୍ଣିମା କୁ ବଡ ପୁର୍ଣ୍ଣିମା କୁହାଯାଏ ।  ପ୍ରତ୍ୟକ ମାସର ଜ୍ୟେଷ୍ଠ ମାସର ପୂର୍ଣ୍ଣିମା କୁ ବଡ ପୂର୍ଣ୍ଣିମା କୁହାଯାଏ । ଆଜିର ପୂର୍ଣ୍ଣିମା ରେ ସ୍ୱୟଂ ଜଗନ୍ନାଥ ନିଜ ଭାଇ ଭଉଣୀ ଙ୍କ ସହିତ 108 ପୂର୍ଣ୍ଣ କୁମ୍ଭ ଜଳ ରେ ସ୍ନାନ କରିଥାନ୍ତି । ସେଥିପାଇଁ ମଧ୍ୟ ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ । କିନ୍ତୁ ଶାସ୍ତ୍ର ଅନୁଯାଇ ଆଜିର ପୂର୍ଣ୍ଣିମା ହେଉଛି ଏକ ସ୍ୱତନ୍ତ୍ର ଦିନ । ଏହି ଦିନ ସାଧାରଣତଃ ଗାଁ ମାନଙ୍କରେ ବରଗଛକୁ ପୂଜା କରା ଯାଇଥାଏ । ଶାସ୍ତ୍ର ଅନୁଯାଇ ବରଗଛ କୁ ତ୍ରିଦେବ ଯଥା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ସ୍ୱରୂପ ଭାବେ ମନାଯାଏ । ବରଗଛ କୁ ପୂଜା କରିବା ଦ୍ୱାରା ତ୍ରିଦେବ ସନ୍ତୁଷ୍ଟ ହେଇଥାନ୍ତି ।  ସୁଖ ସମୃଦ୍ଧି ମିଳିଥାଏ । ଏହିଦିନ ବରଗଛ କୁ ପୂଜା କରିବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ଏବଂ ଉତ୍ତମ ସନ୍ତାନ ହେଇଥାଏ । ସମସ୍ତ କାମ ରେ ସଫଳ ମିଳିଥାଏ ।  ମନସ୍କାମନା ପୂର୍ଣ୍ଣ ହେଇଥାଏ । ବରଗଛ କୁ ପୂଜା କରିବା ସହିତ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର କୁ ତିନିଥର ଜପ କରନ୍ତୁ । ବରଗଛରେ ଜଳ ଚଢାନ୍ତୁ ଏବଂ ବରଗଛ ଚତୁର୍ପାର୍ଶ୍ୱ ରେ 7 ଥର ପରିକ୍ରମା କରନ୍ତୁ । ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking