31.1 C
Bhubaneswar
Thursday, May 30, 2024
Homeଦେଶ ବିଦେଶରାତିରେ ପନିର ସେବନ କରିବା କେତେ କ୍ଷତିକାରକ ଆସନ୍ତୁ ଜାଣିବା....

ରାତିରେ ପନିର ସେବନ କରିବା କେତେ କ୍ଷତିକାରକ ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ପନିର ପ୍ରୋଟିନ୍‌‌ର ଏକ ଉତ୍ତମ ସ୍ରୋତ। ମାତ୍ର ରାତି ସମୟରେ ପନିର ଖାଇବା ଉଚିତ କି ନୁହେଁ। ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡିଥାଏ। ଜାଣନ୍ତୁ..

ରାତିରେ ପନିର ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ପନିର ଖାଇବା ଦ୍ୱାରା ପେଟ ଫୁଲିବା ଓ ପେଟ ବଢିବା ସମସ୍ୟା ମଧ୍ୟ ଦେଖାଦିଏ। ରାତିରେ ଅଧିକ ପନିର ସେବନ କରିବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ୍‌‌ ସ୍ତର ବୃଦ୍ଧି ହୋଇଥାଏ। ଫଳରେ ହୃଦୟ ଜନିତ ସମସ୍ୟା ମଧ୍ୟ ଦେଖାଦିଏ।

ରାତିରେ ପନିର ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍‌‌ ବଢିଥାଏ। ଫଳରେ ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ।
ପନିର ଖାଇବା ଦ୍ୱାରା ରାତିରେ ପାଚନ ସମସ୍ୟା ସୃଷ୍ଟି ହୋଇ ନିଦରେ ମଧ୍ୟ ପ୍ରଭାବ ପକାଇଥାଏ। ଫଳରେ ରାତିରେ ସଠିକ ଭାବେ ନିଦ ହୋଇନଥାଏ। ରାତିରେ ପନିର ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଅଧିକ ପନିର ସେବନ କରିବା ଦ୍ୱାରା ମାନ୍ଦା ଅନୁଭବ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking