29.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟ ସାରା ବର୍ଷା: ଉପକୂଳକୁ ଅଧିକ, ୧୯ ଜିଲ୍ଲାକୁ ଚେତାବନୀ

ରାଜ୍ୟ ସାରା ବର୍ଷା: ଉପକୂଳକୁ ଅଧିକ, ୧୯ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର : ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଥିବା ନିମ୍ନ ଚାପ ରେଖା ଶନିବାର ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ ହରିୟାଣା, କେନ୍ଦ୍ରୀୟ ଉତ୍ତର ପ୍ରଦେଶ, ବିହାର ଏବଂ ସ୍ୱାଭିମାଳୟ ପଶ୍ଚିମବଙ୍ଗ ମଧ୍ୟଦେଇ ନାଗାଲାଣ୍ଡ ଯାଏ ଲମ୍ବିଛି । ଏହାଛଡ଼ା ଅନ୍ୟ ଏକ ନିମ୍ନ ଚାପରେଖା ସମୁଦ୍ର ପତ୍ତନରୁ ୧.୫ କିମି ରୁ ୩.୧ କିମି ମଧ୍ୟରେ ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ବିଛି । ଏହି ପାଣିପାଗର ନିୟାମକ ପ୍ରଭାବରେ ଆସନ୍ତା ସପ୍ତାହ ଯାକ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଜୁନ ୧ରୁ ଏବେଯାଏ ଓଡ଼ିଶାରେ ମୋଟ୍ ୨୦୨.୯ ମିମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୪୭.୨ ମିମିରୁ ୧୬ ପ୍ରତିଶତ କମ୍ । ୧୨ ଜିଲ୍ଲା ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ୱାଭାବିକ ବର୍ଷାଠୁ ୨୦ ରୁ ୫୯% ଯାଏ କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ୩୦୦.୧ ମିମି ସ୍ୱାଭାବିକ ବର୍ଷାଠୁ ୨୫% ଅଧିକ ଅନୁଭୂତ ହୋଇଛି । ଅବଶିଷ୍ଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରେ ୨୦ରୁ ୫୯% ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୧୦୩.୧ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୫୬%, ଗଜପତି ୫୧%, ଯାଜପୁର ୪୫% ଏବଂ କେନ୍ଦୁଝର ଜିଲ୍ଲାରେ ୪୪% କମ୍ ବର୍ଷା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩୫୪ ମିମି ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୩.୨ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ଠାରୁ ୨୪% ଅଧିକ । ବର୍ଷାର ପରିମାଣ କ୍ରମଶଃ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking