40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ୪୨ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ୪୨ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। କ୍ରମାଗତ ଭାବରେ କିଛିଦିନ ହେଲା ୪୦ରୁ ଅଧିକ ସଂକ୍ରାମିତଙ୍କର ମୃତ୍ୟୁ ଘଟୁଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ଜିଲାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ବରଗଡ ଜିଲାରୁ ୫ ଜଣ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଝାରସୁଗୁଡାରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧, ନୟାଗଡରୁ ୨, ପୁରୀରୁ ୨, ସମ୍ବଲପୁର ଜିଲାରୁ ୩ ଏବଂ ସୁନ୍ଦରଗଡ ଜିଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି।

ଅନ୍ୟପଟେ, ରାଜ୍ୟରେ ଆଜି ୨,୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧,୬୫୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକସ୍‌ ୧,୨୧୮ ରହିଛି। ଆଜି କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ ହୋଇଥିଲେ।

ବାଲେଶ୍ବରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୯, ସୁନ୍ଦରଗଡ଼ରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୬୬, କୋରାପୁଟ ଓ ଷ୍ଟେଟପୁଲରୁ ୬୦ ଜଣ ଲେଖାଏଁ , ମାଲକାନଗିରିରୁ ୫୭, ରାୟଗଡ଼ାରୁ ୫୦, କଳାହାଣ୍ଡିରୁ ୩୬, ନବରଙ୍ଗପୁରରୁ ୩୫, ବଲାଙ୍ଗୀରରୁ ୨୯, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ଗଜପତି ଓ ନୂଆପଡାରୁ ୭ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡାରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୧,୮୯୬ରେ ପହଞ୍ଚି ଥିବାବେଳେ ୮,୮୭,୪୨୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୦,୨୨୭ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking