30.1 C
Bhubaneswar
Sunday, May 5, 2024
Homeଓଡିଶାପାନୀୟଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ପାନୀୟଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅର୍ନ୍ତଗତ ମୁକ୍ତାପଶି ଗ୍ରାମର ହରିଜନ ସାହିରେ କିଛିଦିନ ପାନୀୟଜଳ ସମସ୍ୟା ଲାଗିରହିଛି । ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀମାନେ ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି । ଏ ସଂପର୍କରେ ଅଧିକାରୀଙ୍କୁ ଜଣାଇଲେ କେହି ଶୁଣୁନଥିବା ଅଭିଯୋଗ ନେଇ ପଥରଖୁମ୍ବ ଛକଠାରେ ଗ୍ରାମବାସୀମାନେ ୫୩ନଂ ଜାତୟ ରାଜପଥକୁ ଅବରୋଧ କରିଥିଲେ ।

ମହିଳାଙ୍କ କହିବାନୁସାରେ, ମୁକ୍ତାପଶି ଗ୍ରାମର ହରିଜନ ସାହିରେ ଦୀର୍ଘବର୍ଷ ଧରି ଜଳକଷ୍ଟ ଲାଗିରହିଛି । ନଳକୂପଟିଏ ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ସମୁଖୀନ ହେଉଛନ୍ତି । ବହୁ ଦୂରରୁ ପାଣି ଆଣି ବ୍ୟବହାର କରି ଚଳୁଛନ୍ତି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳ ସମେତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ ଏଥି ନିମନ୍ତେ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଏନେଇ ଶତାଧିକ ମହିଳା ଗରା, ବାଲଟି ଧରି ରାଜରାସ୍ତା ଅବରୋଧ କରିଥିଲେ । ପାନୀୟଜଳର ସ୍ଥାୟୀ ବ୍ୟବସ୍ଥା କରାନଗଲେ ଆଗାମୀ ଦିନ ଏହି ରାସ୍ତା ଅବରୋଧ ଜାରି ରହିବ ବୋଲି ମହିଳାମାନେ ଦାବୀ କରିଛନ୍ତି । ପରେ ସ୍ଥାନୀୟ ପୋଲିସ ଓ ଜଳଯୋଗାଣ ଅଧିକାରୀ ସେଠାରେ ପହଞ୍ôଚ ଯାଥାଶିଘ୍ର ଏହି ସମସ୍ୟା ଦୂର କରିବେ ବୋଲି ପ୍ରତିଶୃତି ଦେବାରୁ ସେମାନେ ରାସ୍ତା ଅବରୋଧରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking