32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଟିନଙ୍କ ସହ କୌଣସି ସାଲିସ କରିବୁନି, ମୋଦିଙ୍କୁ ଏମିତି କହିଲେ ଜେଲେନସ୍କି

ପୁଟିନଙ୍କ ସହ କୌଣସି ସାଲିସ କରିବୁନି, ମୋଦିଙ୍କୁ ଏମିତି କହିଲେ ଜେଲେନସ୍କି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗ କଥା ହୋଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି, ସାମରିକ ଯୁଦ୍ଧ ସମାଧାନର ବାଟ ନୁହେଁ। ଆଣବିକ ପ୍ରତିଷ୍ଠାନ ଉପରେ ବିପଦ ବିନାଶ ଉପୁଜାଇପାରେ। ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ (ପିଏମ୍ଓ) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ମୋଦି ଏବଂ ଜେଲେନସ୍କି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ଏ ଅବସରରେ କେବଳ କଥାବାର୍ତ୍ତା ବା କୂଟନୀତି ମାଧ୍ୟମରେ ମାମଲା ସମାଧାନ ହୋଇପାରିବ ବୋଲି ମୋଦି ଦୋହରାଇ ଥିବା ଜଣାଯାଇଛି।ଏହି ବିବାଦକୁ ଶୀଘ୍ର ଶେଷ କରିବା ଏବଂ କଥାବାର୍ତ୍ତା ଓ କୂଟନୈତିକ ପଥରେ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଯେକୌଣସି ପ୍ରକାର ଶାନ୍ତି ପ୍ରୟାସରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ମିଳିତ ଜାତିସଂଘର ଚାର୍ଟର, ଅନ୍ତର୍ଜାତୀୟ ଆଇନ ଏବଂ ସମସ୍ତ ଦେଶର ଆଞ୍ଚଳିକ ଏକତା ତଥା ସାର୍ବଭୌମତ୍ୱକୁ ସମ୍ମାନର ଗୁରୁତ୍ୱକୁ ଦୋହରାଇଛନ୍ତି।ଏହି ଆଲୋଚନା ସମୟରେ ମୋଦି ୟୁକ୍ରେନ ସମେତ ପରମାଣୁ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ପରମାଣୁ ପ୍ରତିଷ୍ଠାନ ପ୍ରତି ବିପଦ ଜନସ୍ୱାସ୍ଥ୍ୟ, ପରିବେଶ ଉପରେ ଦୂରଗାମୀ ତଥା ଭୟଙ୍କର ପ୍ରଭାବ ପକାଇପାରେ। ରୁଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ସବୁଠାରୁ ଉଦବେଗଜନକ ମୁକାବିଲା ପଏଣ୍ଟ ଭାବରେ ଉଭା ହୋଇଛି, ଯାହା ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇଛି। ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷ ଏବଂ ୟୁକ୍ରେନ ପରସ୍ପରକୁ ଦାୟୀ କରିଛନ୍ତି। ଅନ୍ୟପଟେ ପୁଟିନଙ୍କ ସହ କୌଣସି ସାଲିସ କରାଯିବନି ବୋଲି ଜେଲେନସ୍କି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking