29.1 C
Bhubaneswar
Wednesday, May 8, 2024
Homeଓଡିଶାକଳିଙ୍ଗନଗର ଶିଳ୍ପ ହବରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିରୋଧ ସ୍ୱର

କଳିଙ୍ଗନଗର ଶିଳ୍ପ ହବରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିରୋଧ ସ୍ୱର

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପ ହବ ରେ ଆଉ ଶିଳ୍ପ ପ୍ରତିଷ୍ଠା ପାଇଁ ଉକ୍ତ ଅଂଚଳ ର ବାସି ମାନେ ଚାହୁଁନାହାନ୍ତିl ଶିଳ୍ପ ପ୍ରତିଷ୍ଠା ସ୍ୱl ଦ ଜାଣି ସାରିଲେଣି l ପଦ୍ୟୁଷଣ ଶିକାର ନିଯୁକ୍ତି, ବିସ୍ଥାପିତ ମାନଙ୍କ ସମସ୍ୟା ଧୂଳି ଧୂଆଁ କଳିଙ୍ଗନଗର ବାସୀଙ୍କୁ ଅତିଷ୍ଠ କରି ଦେଇଛି l ଦିନ କୁ ଦିନ ଶିଳ୍ପ ବିରୋଧୀ ହେବା ର ସୂଚନା ମିଳୁ ଛି l

ମେସ୍କୋ କାରଖାନା ରେ ବିସ୍ଥାପିତ ମାନଙ୍କ ଅବସ୍ଥା ନ କହିଲେ ଚଳେ ମେସ୍କୋ କାରଖାନା ବନ୍ଦ ହେବା ଯୋଗୁ କାରଖାନା ପାଇଁ ବିସ୍ଥାପିତ ହୋଇ ଥିବା ବିସ୍ଥାପିତ ମାନଂକୁ ନିଯୁକ୍ତି ଦିଆ ଯାଇ ଥିଲା l ସେମାନେ ଚାକିରୀ ହରାଇ ରାଜଧାନୀ କୁ ଯାଇ ସରକାର ଙ୍କୁ ଚାକିରୀ ମାଗୁଛନ୍ତି ହେ ସରକାର ମେସ୍କୋ କାରଖାନା ପାଇଁ ବିସ୍ଥାପିତ କଲ ସବୁ ସୁବିଧା ସାଙ୍ଗ କୁ କାରଖାନା ରେ ନିଯୁକ୍ତି ଦେବ କହି ବିସ୍ଥାପିତ କଲ l ଆମର ଜମି ବାଡ଼ି ନେଲ କାରଖାନା ବନ୍ଦ ହେଲା ଆମେ ଚଳିବୁ କେମିତି ଉତ୍ତର ଦିଅ ଭିଟା ମାଟି ଓ ନିଯୁକ୍ତି ହରାଇ ରାଜ ଦାଣ୍ଡ ବସିଛୁ ଆମ କୁ ସାହାରା ଦିଅ l

କଳିଙ୍ଗନଗର ହବ ରେ କାରଖାନା ମାଳ ମାଳ ନିଯୁକ୍ତି ନାହଁ କେବଳ ଧୂଳି ଧୂଆଁ ଖାଇ ରୋଗାକ୍ରାନ୍ତ ହୋଇ ପଡୁଛୁ ଗୁହାରି କଲେ ହେ ସରକାର କଣ ଶୁନୁ ନାହଁ ଆମର ସମସ୍ୟା ପ୍ରତି ନଜର ଦିଅ ଆଉ କ୍ଷୁଦ୍ର ଓ ମାଧ୍ୟ୍ୟମ ଧରଣ ଶିଳ୍ପ ପାଇଁ ଇଂଚେ ଜମି ଦେବୁ ନାହୁଁ ଟାଟା କାରଖାନା ପାଇଁ 13ଜଣ ଗୁଳି ମୁଂହ ରେ ମୃତ୍ୟୁ ବରଣ କରି ଥିଲେ ଆମେ ଗୁଳି ଖାଇବା କୁ ପ୍ରସ୍ତୁତ ଆମର ସମସ୍ୟା ପ୍ରତି ବିଜାର କର ପରେ କାରଖାନା କର ସମ୍ବିଧାନ ଅନୁ ଯାଇ ବଂଚିବାର ଅଧିକାର ଦିଅ l

ଏବ କ୍ଷୁଦ୍ର ଓ ମଧ୍ୟ୍ୟମ ଧରଣ ପ୍ରତିଷ୍ଠା ପାଇଁ ଇଡିକୋ ପକ୍ଷରୁ ଜମି ଅଧିଗ୍ରହଣ ହେଉଛି ପୂର୍ଵ ରୁ ବଳକା ଜମି କୁ କେତେକ କ୍ଷୁଦ୍ର ଓ ମଧ୍ୟ୍ୟମ ଧରଣ ଶିଳ୍ପ କୁ ଇଦିକୋ ହସ୍ତାନ୍ତର କରିଛି କିନ୍ତୁ ସେମାନେ ଭୂମି ପୂଜା ପାଚେରୀ ନିର୍ମାଣ କ୍ଷେତ୍ରରେ ବିରୋଧ ର ସମ୍ମୁଖୀନ ହେଉଛନ୍ତି l ଏହି ଶିଳ୍ପା ଅଂଚଳ ରେ ଅlନୁସଙ୍ଗିକ ମଧ୍ୟ୍ୟମ ଓ କ୍ଷୁଦ୍ର ଧରଣ ର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି l 1996,97ମସିହା ରେ କଳିଙ୍ଗନଗର ଇସ୍ପାତ ହବ ପାଇଁ 13ହଜାର 687ଏକର ଜମି ଇଦିକୋ ଜମି ଅଧିଗ୍ରହଣ କରିଛି l. ବଡ଼ ମଧ୍ୟ୍ୟମ ଓ କ୍ଷୁଦ୍ର ଧରଣ କାରଖାନା ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ଓ ଯୋଜନା ପ୍ରସ୍ତୁତ କରା ଯାଇ ଥିଲା l

ଇଦିକୋ ତିନି ବର୍ଷ ହେଲା ଜମି କ୍ଷୁଦ୍ର ଶିଳ୍ପ ପାଇଁ ଜମି ଯୋଗାଇ ଦେଇ ଛି ଆଉ କେତକ ଗ୍ରାମ କୁ ବିସ୍ଥାପିତ କରି 2005ମସିହାରେ ବିସ୍ଥାପିତ ମାନଂକୁକ୍ଷତି ପୂରଣ ଦେବା ପାଇଁ ଯେଉଁ ଆଇନ ପ୍ରରୟନ କରା ଯାଇଛି ସେ ନିୟମ 18ବର୍ଷ ତଳେ କରାଯାଇ ଥିଲା ସେହି ନିୟମ ଅନୁସାରେ କ୍ଷତି ପୂରଣ ଦେବା ପ୍ରଶାସନ ପକ୍ଷରୁ ହେବାକୁ ଥିବା ବିସ୍ଥାପିତ ପରିବାର ମାନଂକୁ କୁହାଯାଉଛି କିନ୍ତୁ ତାହା ନେବାକୁ ଲୋକ ମାନେ ରାଜି ନୁହନ୍ତି l

ବର୍ତ୍ତମାନ ଜମି ର ମୂଲ୍ୟ ଆକଳନ କରି କ୍ଷତି ପୂରଣ ଦେବା ସହିତ ନିଯୁକ୍ତି ଦେବା ସହ ଅନେକ ସର୍ଥ ରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ର ମାଲିକ ମାନେ ରାଜି ହେଲେ ଜମି ଛାଡ଼ିବୁ ଏହି ଦ୍ୱନ୍ଦ୍ୱ ଉପୁଡି ଛି ରାଜ ନେତା ଆଗକୁ ନିର୍ବାଚନ ଥିବାରୁ ନିରବ ଦ୍ରଷ୍ଟା ସାଜି କେବଳ 36ଟି କାରଖାନା ପ୍ରତିଷ୍ଠା ହେଲେ ସୁକିନ୍ଦା ଅଂଚଳ ରେ ବେକାରୀ ସମସ୍ୟା ଦୂର ହେବ ବୋଲି ବାହାସ୍ପଟl ଭାଷଣ ମାରୁ ଛନ୍ତି ତେବେ ଜମି ର କ୍ଷତି ପୂରଣ ମୂଲ୍ୟାୟନ ଓ ପଦ୍ୟୁଷଣ ସମ୍ପର୍କ ରେ ମୁଂହ ଖୋଲୁ ନାହାନ୍ତି ସୁକିନ୍ଦା ରେ ସବୁଜ ବିପ୍ଳବ କରା ଯାଇ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଭାଷଣ ବାଜି ମାରୁଛନ୍ତି l

କାରଖାନା ଗୁଡିକ କେତେ ଭୁକ୍ଷ ରୋପଣ କରି ପଦ୍ୟୁଷଣ ନିରାକରଣ ସମ୍ପର୍କ ରେ ସମୀକ୍ଷା କରି ପଦ ଟିଏ ହେଲେ ଗଣ ମଧ୍ୟ୍ୟମ କୁ ସୂଚନା ଦେଇ ନାହାନ୍ତି କେବଳ ଭାଷଣ ବାଜି ରେ ରହି ଯାଇଛି ସବୁଜ ବିଳ୍ପବ ରେ ଭୁକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରା ଯାଇ ପାଦ୍ୟୁଷଣ ହାର ଲାଘବ କରା ଯିବ କେବେ ରାଜ ନେତା ଙ୍କ ସ୍ୱପ୍ନ ସାକାର ହେବ ତାହା ସମୟ କହିବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking