39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନବାନ୍ନା ଯାତ୍ରାରେ ହିଂସା: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ପ୍ରଦାନ

ନବାନ୍ନା ଯାତ୍ରାରେ ହିଂସା: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ପ୍ରଦାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନବନ୍ନା ଚଲୋ ଯାତ୍ରାରେ ବେଳେ ହୋଇଥିବା ହିସଂକାଣ୍ଡକୁ ନେଇ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶନିବାର ଅପରାହ୍ଣରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରିଛି । ଏହା ସହିତ ଟିମ୍ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ମଧ୍ୟ କରିଛି । ନବନ୍ନା ଚଲୋ ଯାତ୍ରାରେ ହୋଇଥିବା ହିଂସାକାଣ୍ଡର କାରଣ ଖୋଜିବା ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପାଞ୍ଚଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିଲେ । ଏହି ଟିମ୍‌ରେ ଉତ୍ତର ପ୍ରଦେଶର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବ୍ରିଜଲାଲ୍‌, ସାଂସଦ କର୍ଣ୍ଣେଲ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସମୀର ଓରାମ୍‌, ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏବଂ ସୁନୀଲ୍ ଝାକର୍ ସାମିଲ ଥିଲେ । ଟିମ୍ ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ ପୂର୍ବରୁ ଟିମ୍ ହିଂସାକାଣ୍ଡରେ ଆହତ ପାର୍ଷଦ ମୀନା ଦେବୀ ପୁରୋହିତଙ୍କୁ ସାକ୍ଷାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking