28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବୈଦେଶିକ ମନ୍ତ୍ରଣାଳୟର ଆଡ୍‌ଭାଇଜରୀ: ଥାଇଲାଣ୍ଡରୁ ଆସୁଥିବା ଫେକ୍ କଲ୍‌କୁ ସାବଧାନ

ବୈଦେଶିକ ମନ୍ତ୍ରଣାଳୟର ଆଡ୍‌ଭାଇଜରୀ: ଥାଇଲାଣ୍ଡରୁ ଆସୁଥିବା ଫେକ୍ କଲ୍‌କୁ ସାବଧାନ

ନୂଆଦିଲ୍ଲୀ: ଥାଇଲାଣ୍ଡରୁ ଆସୁଥିବା ଫେକ୍ ଜବ୍ ଅଫର୍‌ରୁ ଦୂରେଇ ରହିବା ପାଇଁ କେନ୍ଦ୍ର ସରକାର ଦେଶର ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଶନିବାର ଏକ ଆଡ୍‌ଭାଇଜାରୀ ଜାରି କରାଯାଇଛି । ଏଥିରେ କୁହାଯାଇଛି ଭାରତୀୟ ଯୁବ ବର୍ଗକୁ ଥାଇଲାଣ୍ଡ୍‌ରୁ ଫେକ୍ ଜବ୍ ଅଫର୍ ମିଳୁଛି । ଦୁବାଇ ଏବଂ ଭାରତରେ ଥିବା ଏଜେଣ୍ଟ୍ ସୋସିଆଲ୍ ମିଡିଆ ଜରିଆରେ ଏହା ପଠାଉଛନ୍ତି । କଲ୍ ସେଣ୍ଟର୍ ଏବଂ କ୍ରିପ୍ଟୋକରେନ୍ସି ଘୋଟାଲରରେ ସମ୍ପୃକ୍ତ ଆଇଟି ଫାର୍ମ ପକ୍ଷରୁ ଏହି ଫେକ୍ ଜବ୍ ଅଫର୍ ପଠାଯାଉଛି ।
ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଫେକ୍ ଜବ୍ ଅଫର୍ ଦେଇ ଯୁବକମାନଙ୍କୁ ସୀମା ପାର ମ୍ୟାମାଁର ନିଆଯାଉଛି । ସେଠାରେ ସେମାନଙ୍କୁ ଶ୍ରମିକ ଭାବେ କାମ କରିବା ପାଇଁ ବନ୍ଦୀକରି ରଖାଯାଉଛି ।

ଏହି କାରଣରୁ ସୋସିଆଲ୍ ମିଡିଆ କିମ୍ବା ଅନ୍ୟ କୌଣସି ମାଧ୍ୟରେ ଆସୁଥିବା ଫେକ୍ ଜବ୍ ଅଫର୍‌ରୁ ଦୂରେଇ ରହିବା ପାଇଁ ଭାରତୀୟ ଯୁବବର୍ଗକୁ ପରାମର୍ଶ ଦିଆଯାଉଛି । ରିପୋର୍ଟ ଅନୁସାରେ ମ୍ୟାମାଁରରେ ୩୦୦ ଭାରତୀୟ ବନ୍ଧକ ରହିଛନ୍ତି । ସେଠାକାର ଭାରତୀୟ ଦୂତାବାସ ଅବୈଧ ଭାବେ ବନ୍ଧକ ଥିବା ୩୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଅନ୍ୟମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ମିଡିଆ ରିପୋର୍ଟ ଅନୁସାରେ ବନ୍ଧକ ଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ତାମିଲନାଡ଼ୁର । ସମସ୍ତଙ୍କୁ ଥାଇଲାଣ୍ଡ୍‌ରେ ଚାକିରି ଦେବା ବାହାନାରେ ମ୍ୟାମାଁରରେ ବନ୍ଧକ କରି ରଖାଯାଇଛି । କାମ କରିବାକୁ ମନାକଲେ ସେମାନଙ୍କୁ ମାଡ଼ ମରାଯାଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking