29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶରନ୍‌ୱେରୁ ବାହାରି ପୋଖରୀରେ ପଶିଗଲା ବିମାନ

ରନ୍‌ୱେରୁ ବାହାରି ପୋଖରୀରେ ପଶିଗଲା ବିମାନ

ପ୍ୟାରିସ: ଫ୍ରାନ୍ସର ମନପୋଲିୟେ ସିଟି ଏୟାରପୋର୍ଟରେ ଲ୍ୟାଣ୍ଡ୍ ବେଳେ ଏକ ବିମାନ ରନ୍‌ୱେରୁ ବାହାରି ନିକଟରେ ଥିବା ପୋଖରୀରେ ପଶିଯାଇଛି । ଦୁର୍ଘଟଣାରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡ଼ିଛି । ଏହା ପରେ ଅନିଶ୍ଚିତ ସମୟ ପାଇଁ ଏୟାର୍‌ପୋର୍ଟରୁ ଯାତ୍ରୀ ଏବଂ କାର୍ଗୋ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଛି । ଏୟାର୍‌ପୋର୍ଟ ଅଧିକାରୀଙ୍କ ଅନୁସାରେ କାର୍ଗୋ ବିମାନ ବୋଇଂ ୩୭୩ ଶନିବାର ସକାଳେ ପ୍ୟାରିସ୍‌ର ଚାର୍ଲ୍ଡ ଡି ଗଲ୍ ଏୟାରପୋର୍ଟରୁ ମୋଣ୍ଟପେଲିୟର୍ ପାଇଁ ଉଡ଼ାଣ କରିଥିଲା ।

ମୋଣ୍ଟପୋଲିୟର୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ବିମାନ ରନ୍‌ୱେ ଆଗକୁ ଚାଲିଯାଇ ପାଖରେ ଥିବା ଜଳଶୟରେ ପଶିଯାଇଥିଲା । ବିମାନରେ ଥିବା ସମସ୍ତ ୩ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଘଟଣା ପରେ ବିମାନର ନୋଜ୍ ଥିବା ଅଂଶ ଏବଂ ଏକ ଇଞ୍ଜିନ୍ ପାଣିରେ ବୁଡ଼ିଯାଇଥିଲା । ଏହି କାର୍ଗୋ ବିମାନରୁ ଅନ୍ୟ ସ୍ଥାନକୁ ଟ୍ରାନ୍ସଫର୍ କରାନଯିବା ପର୍ଯ୍ୟନ୍ତ ଏୟାର୍‌ପୋର୍ଟରୁ ଅନ୍ୟ ଯାତ୍ରୀ ଓ କାର୍ଗୋ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଅଧିକାରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking