28.1 C
Bhubaneswar
Saturday, April 27, 2024
Homeଅପରାଧବେଙ୍ଗଲ ଓ ଦିଲ୍ଲୀରେ ହିଂସା ଜାରି

ବେଙ୍ଗଲ ଓ ଦିଲ୍ଲୀରେ ହିଂସା ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଯାଇଛି। ଅର୍ଥାତ ନାଗରିକତା ସଂଶୋଧନ ବିଲ(ସିଏବି) ଏବେ ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ପରିଣତ ହୋଇଛି। ଏହା ବିରୋଧରେ ଆସାମ ଓ ଉତ୍ତର ପୂର୍ବରେ ସୃଷ୍ଟି ହୋଇଥିବା ହିଂସା ଗତକାଲିଠାରୁ ସାମାନ୍ୟ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ହିଂସା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆସାମର ଗୌହାଟୀ ଓ ଦିବ୍ରୁଗଡ଼ରେ ଆଜି ସକାଳ ୯ଟାରୁ କର୍ଫ୍ୟୁକୁ କୋହଳ କରାଯାଇଥିଲା। ଗୌହାଟୀରେ ଏହା ଦିନ ୪ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିବା ବେଳେ ଦିବ୍ରୁଗଡ଼ରେ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ଏହି ସମୟସୀମା ଶେଷ ହେବା ପରେ ପୁଣିଥରେ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।
ଆଜି ସକାଳେ କର୍ଫ୍ୟୁ କୋହଳ ହେବା କ୍ଷଣି ଲୋକମାନେ ବାହାରକୁ ବାହାରି ଶାନ୍ତି ଶୃଙ୍ଖଳା ଭାବେ ନିଜର ଦୈନିଦିନ କାର୍ଯ୍ୟ କରିଥିଲେ। କର୍ଫ୍ୟୁ କୋହଳ ହେବାରୁ ଦୋକାନ ବଜାର ଗୁଡ଼ିକ ଖୋଲିଥିଲା। ଲୋକମାନେ ସେଠାରୁ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସବୁ କିଣାକିଣି କରୁଥିବା ଦେଖିବାକୁ ମିଳିଛି।
ସେହିପରି ଆସାମରେ ବ୍ରଡବ୍ୟାଣ୍ଡ ସର୍ଭିସ ମଧ୍ୟ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ହେଲେ ଅନ୍ୟ ସମସ୍ତ ଇଣ୍ଟରନେଟ ସେବାକୁ ଆସନ୍ତା ୧୬ ତାରିଖ ଯାଏ ବାତିଲ କରାଯାଇଛି। ଗତକାଲି ରାତିରୁ ଗୌହାଟୀ କିମ୍ବା ଆସାମର କୌଣସି ପ୍ରାନ୍ତରେ ହିଂସାକାଣ୍ଡ ନ ଘଟିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଶିଲଂରେ ସକାଳ ୭ଟାରୁ ଦିନ ୧୦ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଆସାମ ହିଂସା ଘଟଣାରେ ପୁଲିସ ୬୫ ଜଣଙ୍କୁ ଗିରଫ କରିଥିବା ବେଳେ ୧୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।
ଅନ୍ୟପକ୍ଷରେ ଗତକାଲି ପରି ଆଜି ମଧ୍ୟ ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ସିଏଏ ହିଂସା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଲୋକମାନେ ଉଭୟ ସିଏଏ ଓ ଏନଆରସିକୁ ବିରୋଧ କରି ରାଜରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଆନ୍ଦୋଳନକାରୀମାନେ ଡୋମଜୁର ନିକଟସ୍ଥ ସାଲାପଠାରେ ଗୋଟିଏ ବସ୍‌ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଏଥିସହ ରାସ୍ତାରେ ସେମାନେ ଟାୟାର ଜାଳି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking