29.1 C
Bhubaneswar
Saturday, April 27, 2024
Homeଓଡିଶାକ୍ରସରର ପାହାଡ଼ ଅକ୍ତିଆରକୁ ନେଇ ତାତିଲେ ଗ୍ରାମବାସୀ

କ୍ରସରର ପାହାଡ଼ ଅକ୍ତିଆରକୁ ନେଇ ତାତିଲେ ଗ୍ରାମବାସୀ

କୋରୁକୋଣ୍ଡା : କ୍ରସର ର ପାହାଡ଼ ଅକ୍ତିଆରକୁ ନେଇ ତାତିଲେ ୩ ଗ୍ରାମର ଗ୍ରାମବାସୀ । ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରକୁ ଲାଗି ରହିଥିବା ଦୋରାଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ତେବେ ଦୋରାଗୁଡା ଗ୍ରାମରେ ଏହି କ୍ରସର ଟି ଥିବାବେଳେ ମାଲିକ ନିଜ ମନ ମୁତାବକ ନିକଟସ୍ଥ ଏମଭି-୩୧ ଗ୍ରାମରେ ଥିବା ଏକ ପାହାଡ଼ କୁ ଅକ୍ତିଆର କରି ଆଜି ଜେସିବି ମାଧ୍ୟମରେ ପଥର ଭଙ୍ଗା ଯାଉଥିଲା । ଏହା ଦେଖି କୋରୁକୋଣ୍ଡା ସଦର ରେ ଥିବା ଖ୍ରୀଷ୍ଟିଆନ ସାହି, ଏମଭି-୩୧ ଏବଂ ଦୋରାଗୁଡା ଗ୍ରାମର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ର ପଥର ଖୋଦନ କାର୍ଯ୍ୟ ବନ୍ଦ କରାଇଥିଲେ । ତେବେ ଗ୍ରାମବାସୀ ଙ୍କ କହିବାନୁଯାୟୀ ଏହି କ୍ରସର ଦ୍ୱାରା ନିକଟରେ ଥିବା ନଦୀ ଦୂଷିତ ହେଉଛି । ତେବେ ଏହି ନଦୀ ରେ ଭରସା କରି ଚଳୁଛନ୍ତି ଗ୍ରାମବାସୀ । ଏଥିସହ କ୍ରସର ରେ ପଥର ବ୍ଲାଷ୍ଟିଂ କରିବା ଦ୍ୱାରା ସେମାନଙ୍କ ଘର ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ । ତେଣୁ ଆଜି ଏହି ସବୁ ଘଟଣା କୁ କେନ୍ଦ୍ର କରି ଗ୍ରାମବାସୀ ଏହି କ୍ରସର କାର୍ଯ୍ୟ ବନ୍ଦ କରାଇଥିଲେ । ଗ୍ରାମର ଶିବ ଦଣ୍ଡସେନା, ରଘୁନାଥ ମିସ୍ତରୀ, ରବିନ ରାୟ, ଡମ୍ବରୁ ଦଣ୍ଡସେନା, ଅର୍ଜୁନ କବାସୀ, କମୁଲୁ କବାସୀ, ନକୁଳ ପ୍ରଧାନୀ, ବାବୁଲି ମାଡକାମୀ ଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ବିରୋଧ କରିବା ସହ ଆଗାମୀ ଦିନରେ ଯଦି ଏପରି ହୁଏ ତାହେଲେ କ୍ରସର କୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking