27.1 C
Bhubaneswar
Thursday, April 25, 2024
Homeଓଡିଶାଭୋକ ମେଣ୍ଟାଉଛି ‘ଆହାର’

ଭୋକ ମେଣ୍ଟାଉଛି ‘ଆହାର’

ଭୁବନେଶ୍ୱର : ଗତ ମଇ ମାସ ୫ ତାରିଖରୁ କରୋନା ପାଇଁ ତାଲାବନ୍ଦ ଜାରି ରହିଛି । ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାହାକି ଖାଦ୍ୟ, ସଉଦାପତ୍ର, ଔଷଧ ଇତ୍ୟାଦି ଉପଲବ୍ଧ କରିବାକୁ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ନିଶ୍ଚିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ‘ଆହାର’ ଯୋଜନା ଅଧୀନରେ ବିଏମ୍‌ସି ଅଞ୍ଚଳରେ ରହିଥିବା ୧୨ ଆହାର କେନ୍ଦ୍ରର ସେବାକୁ ସ୍ୱତନ୍ତ୍ର ଢଙ୍ଗରେ ପରିଚାଳନା କରାଯାଉଛି । ନିୟମିତ ଭାବେ ଆହାର କେନ୍ଦ୍ରକୁ ଆସି ଖାଦ୍ୟ ନେଉଥିବା ବ୍ୟକ୍ତି ଭଗବତ୍ ପ୍ରସାଦ ପାଢୀ କହନ୍ତି, ଏହି ସହରରେ ଆମ ଭଳି ଚାକିରିଆଙ୍କୁ ସବୁ ବ୍ୟବସ୍ଥା କରି ରନ୍ଧାବଢା କରିବାର ସୁବିଧା ନଥିବା ବେଳେ କମ୍ ଦାମ୍‌ରେ ଆହାରର ପେଟପୁରା ଭୋଜନ ଆମ ପାଇଁ ବହୁତ କିଛି । କ୍ୟାପିଟାଲ୍ ହାଇସ୍କୁଲ୍‌ର ଛାତ୍ରୀ ଲଭ୍‌ଲୀ ଶବର କହନ୍ତି, ଆମ ଭଳି ଗରିବ ପରିବାରଙ୍କ ପାଇଁ ଏହି ମହାମାରୀ ପ୍ରକୋପ ସମେତ ଅନ୍ୟ ସମୟରେ ପେଟ ପୁରାଉଛି ଏହି ଆହାର ଭୋଜନ । ଆଲୋକ କୁମାର ଦାସ୍ ନାମକ ଜଣେ ଯୁବକ କହିଛନ୍ତି, ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ କାଳରେ ସୀମିତ ସ୍ୱଳ୍ପ ବ୍ୟୟରେ ଆମ ଭଳି କର୍ମଜୀବୀଙ୍କ ପାଇଁ ଆହାର କେନ୍ଦ୍ରରୁ ପେଟପୁରା ଭୋଜନ ମିଳୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମଇ ମାସ ୫ ତାରିଖଠାରୁ ଏଯାବତ୍ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବା ସହ ସେବା ଯୋଗାଉଛି । କୋଭିଡ଼୍ ନିୟମ ଅନୁପାଳନରେ ଏହି ସେବା ଅଧୀନରେ ହିତାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ କେନ୍ଦ୍ରରୁ ଆହାର ଭୋଜନ ପ୍ୟାକ୍ କରି ଦେବାର ସୁବନ୍ଦୋବସ୍ତ କରିଛନ୍ତି ମହାନଗର ନିଗମ । ପ୍ରତ୍ୟହ ଦିବା୧୧ ଘଟିକା ପରଠାରୁ ଆହାର ଭୋଜନକୁ ପ୍ୟାକ୍ କରି ହିତାଧିକାରୀଙ୍କୁ ଦିଆଯାଇଛି । ତେବେ ତାଲାବନ୍ଦ ଅବଧୀରେ ସହରର ଚଳପ୍ରଚଳ ଏବଂ ଗମନାଗମନ କମ୍ ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟାର ଭୋଜନ ଦିଆଯାଉଛି । ଲକ୍‌ଡ଼ାଉନ୍ ଦିନ ଗୁଡ଼ିକରେ (ସୋମବାରରୁ ଶୁକ୍ରବାର) ଏମ୍‌ସଠାରେ ଥିବା ୨ଟି ଆହାର କେନ୍ଦ୍ରରେ ୩୫୦ଟି ଲେଖାଏଁ, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୫୦ଟି, ସମ୍ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦ ଟି, ଚନ୍ଦ୍ରଶେଖରପୁର କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ର ଏବଂ ମ୍ୟୁଜିୟମ୍ ଛକ (ବିଏମ୍‌ସି ହତା ମଧ୍ୟରେ ଥିବା) ଆହାର କେନ୍ଦ୍ରରେ ୩୫୦ଟି ଲେଖାଏଁ, ରସୁଲଗଡ଼ ଠାରେ ୪୦୦ ଟି, ସିଟି ବସ୍‌ଷ୍ଟାଣ୍ଡ୍ ମାଷ୍ଟରକ୍ୟାଣ୍ଟିନ୍ ଠାରେ ୩୦୦ ଟି, ନୟାପଲ୍ଲୀ ଦୁର୍ଗା ମଣ୍ଡପଠାରେ ୩୫୦ଟି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ଠାରେ ୨୫୦ଟି, ଅଶୋକନଗର ଠାରେ ୩୦୦ଟି ଏବଂ ଖାରବେଳ ନଗର ଠାରେ ୨୦୦ଟି ଭୋଜନ ଦିଆଯାଉଛି । ସହରରେ ଥିବା ସମୁଦାୟ ୧୨ଟି ଆହାର କେନ୍ଦ୍ର ମଧ୍ୟରୁ ୫ଟି ଆହାର କେନ୍ଦ୍ର ବିଭିନ୍ନ ହସ୍ପିଟାଲ୍ ନିକଟରେ ଅବସ୍ଥିତ । ୩ଟି ଆହାର କେନ୍ଦ୍ର ସପ୍ତାହର ଲକ୍‌ଡାଉନ୍ ଏବଂ ଶନିବାର ସଟ୍‌ଡାଉନ୍ ଖୋଲା ରହୁଥିବା ବେଳେ ଏମ୍ସ ଭୁବନେଶ୍ୱର ନିକଟରେ ଥିବା ଆହାର କେନ୍ଦ୍ର ଗୁଡ଼ିକ ଲକ୍‌ଡ଼ାଉନ୍ ଏବଂ ଶନିବାର ସଟ୍‌ଡ଼ାଉନ୍ ସନ୍ଧ୍ୟାରେ ଖୋଲିନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking