30.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ 

ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ 

ବୈପାରିଗୁଡା : ସ୍ୱାଭିମାନ ଅଂଚଳରେ ଏବେ ଗାଁ କୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳରେ ଏମିତି ଗାଁ ରହିଛି, ଯେଉଁଠି ଲୋକେ ଜଙ୍ଗଲୀ ଜୀବନ ବିତାଉଛନ୍ତି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ଅଛି ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ଅନେକ ଦୂରରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡ଼ା ପଞ୍ଚାୟତର ସାରୁଜବା ଗାଁ । ଜଙ୍ଗଲ ଭିତରେ ରହୁହନ୍ତି ୩୦ଟି ପରିବାର । ସଦର ମହୁକମା ଠାରୁ ମାତ୍ର ୧୮ରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ସ୍କୁଲ ନଥିବାରୁ ଜଙ୍ଗଲି ରାସ୍ତା ପାରି ହୋଇ ପାଖାପାଖି ୨କିଲୋମିଟର ପାଖ ଗାଁ ନୂଆଗୁଡ଼ା ସ୍କୁଲକୁ ଯାଆନ୍ତି କୁନି କୁନି ପିଲା । ନାହିଁ ନାହିଁର ସାରୁଜବା ଗାଁକୁ ରାସ୍ତା ନଥିବାରୁ ଆସି ପାରେନି ଆମ୍ବୁଲାନ୍ସ । କାହାର ଦେହ ଖରାପ ହେଲେ ସାହାଭରସା ଖଟିଆଭାର ଆଉ ଗ୍ରାମବାସୀ ପିଉଥିବା ପାଣିକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବା ଏଠାକାର ଜଳ ସମସ୍ୟା କଥା ।

ଗ୍ରାମରେ ୨ଟି ନଳକୂପ ରହିଛି ହେଲେ ଠିକରେ ପାଣି ମୁସ୍କିଲ ଆଉ ଯେଉଁ ପାଣି ବାହାରିଥାଏ ତାହା ପୁଣି ଗୋଳିଆ । ଶେଷରେ ଗ୍ରାମବାସୀ ନିଜେ ଏକ କୂଅ ଖୋଳି ପାଣି ବ୍ୟବହାର କରୁଛନ୍ତି । ସେ ପାଣି କଥା ମଧ୍ୟ ନକହିବା ଭଲ । ଗ୍ରାମରୁ ୨ଶହ ମିଟର ଦୂରରୁ ଯାଇ ପାଣି ଆଣିବାକୁ ପଡ଼ିଥାଏ ଗ୍ରାମବାସୀ ଙ୍କୁ । ଗାଁର ହାତ ଗଣତି କେତେ ଜଣଙ୍କୁ ଭତା ମିଳିଥିବା ବେଳେ ଏବେ ବି ଅନେକ ବୃଦ୍ଧ ବୃଦ୍ଧା ଭତାରୁ ବଂଚିତ ଥିବା ଦୁଃଖର ସହ ଗ୍ରାମବାସୀ ସନାଧର ଗାଦବା, ହରି ଗାଦବା, ବୁଦ୍ରା ଗାଦବା, ଲେରି ଗାଦବା, ଚନ୍ଦ୍ର ଗାଦବା, ଚୈତନ ଗାଦବା, ସନୀ ଗାଦବା, ଉଲ୍ଲାସ ଗାଦବା, ଶୁକ୍ରୀ ଗାଦବା, ଭଗବାନ ଗାଦବା, ଯମୁନା ଗାଦବା ପ୍ରମୁଖ ପ୍ରକାଶ କରିଛନ୍ତି । ବର୍ଷ ବର୍ଷ ଧରି ଆଦିବାସୀ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ରହୁଥିବା ବେଳେ ଏମାନଙ୍କ ସମସ୍ୟା ସମାଧାନ ପାଇଁ ଦାବି ହେଉଛି । ତେବେ ସରକାର ଏମାନଙ୍କ ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking