28.1 C
Bhubaneswar
Friday, March 29, 2024
Homeଓଡିଶାବିଦ୍ୟୁତ ତାର ବିଲରେ ବିଛାଇବା ପଡ଼ିଲା ମହଙ୍ଗା

ବିଦ୍ୟୁତ ତାର ବିଲରେ ବିଛାଇବା ପଡ଼ିଲା ମହଙ୍ଗା

ବରଗଡ : ବରଗଡ ବ୍ଲକ ସଦର ଥାନା ଅନ୍ତର୍ଗତ ଡୁମେର ପାଲି ଗ୍ରାମରେ ଆଜି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁପ୍ତ ସାହୁ (୪୦)ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଡୁମେର ପାଲି ଗ୍ରାମର ଡୁଲାମଣି ସହୁ, ଭବାନୀ ଶଙ୍କର ସାହୁ, ପ୍ରହଲ୍ଲାଦ ସାହୁ, ଦନାଦନ ସାହୁ ନାମକ ଚାରି ଜଣ ବ୍ୟକ୍ତି ନିଜ ବିଲରେ ଚାଷ କରିଆସୁଛନ୍ତି । ଏହି ଲୋକମାନେ ନିଜ ବିଲରେ ପାତାଳ ନଳ କୂପ ଖୋଲି ବିଲରେ ବିଦ୍ୟୁତ୍ ସଂଯୋଗ କରିଛନ୍ତି । ଘରୋଇ ଟ୍ରାନ୍ସଫର୍ମର ସଂଯୋଗ କରିଥିଲେ ହେଲେ ଗତ ରାତିରେ ବିଲ ଭିତରେ ଲୌହ ତାରରେ ବିଦ୍ୟୁତ୍ ସଂଯୋଗ କରିଦେଇ ଘରକୁ ଯାଇଥିଲେ ହେଲେ ସେହି ବିଦ୍ୟୁତ୍ ସଂଯୋଗ ଆଜି ସକାଳୁ ଏକ ଜୀବନ ନେଇଗଲା । ବର୍ତ୍ତମାନ ଗ୍ରାମବାସୀ ଉତ୍ତେଜନା ହୋଇଥିବା ବେଳେ ବରଗଡ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଗୁପ୍ତ ସାହୁ ନିଜ ବିଲକୁ ଆଜି ସକାଳୁ ଯିବା ବେଳେ ଏହି ବିଦ୍ୟୁତ୍ ତାରରେ ଗୋଡ଼ ପକାଇ ତାଙ୍କର ମୃତ୍ୟୁ ଘଟିଛି । ବର୍ତମାନ ଗ୍ରାମବାସୀ କ୍ଷତିପୂରଣ ସହ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking