28.1 C
Bhubaneswar
Saturday, April 27, 2024
Homeବଲିଉଡପୁଣି ଧମାଲ କରିବ ଦେବରାକୋଣ୍ଡା-ଜଗନ୍ନାଥ ଯୋଡ଼ି: ୨୦୨୩ ଅଗଷ୍ଟରେ ଧମାଲ କରିବ ‘ଜେଜିଏମ୍‌’

ପୁଣି ଧମାଲ କରିବ ଦେବରାକୋଣ୍ଡା-ଜଗନ୍ନାଥ ଯୋଡ଼ି: ୨୦୨୩ ଅଗଷ୍ଟରେ ଧମାଲ କରିବ ‘ଜେଜିଏମ୍‌’

ହାଇଦ୍ରାବାଦ୍‌: ସାଉଥ୍ ସିନେମାର ସୁପର ଯୋଡ଼ି ସୁପର୍‌ଷ୍ଟାର୍ ବିଜୟ ଦେବରାକୋଣ୍ଡା ଏବଂ ପାଥ୍ ବ୍ରୋକର୍ ଡାଇରେକ୍‌କ୍ଟର୍ ପୁରୀ ଜଗନ୍‌ନ୍ନାଥଙ୍କ ଯୋଡ଼ି ପୁଣି ଦର୍ଶକ ମହଲରେ ଚର୍ଚ୍ଚିତ ଚେହେରା ପାଲଟିବ । ୩.୮.୨୦୨୩ ରେ ସେମାନଙ୍କର ପରବର୍ତ୍ତୀ ମିଶନ ‘ଜେଜିଏମ୍‌’ ପାଇଁ ଏବେ ଦୁହେଁ ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇରେ ଏକ ଉତ୍ସାହଜନକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇ ଏହି ମିଶନ୍‌ର ଘୋଷଣା କରିଛନ୍ତି । ଆକ୍ସନ୍ ଡ୍ରାମା, ପ୍ୟାନ୍ ଇଣ୍ଡିଆ ଆଧାରରେ ଏହି ଚଚ୍ଚିତ୍ର ଖୁବ୍‌ଶୀଘ୍ର ସିଲ୍‌ଭର୍ ସ୍‌ସ୍କ୍ରିନ୍‌କୁ ଆସିବ ବୋଲି ପୁରୀ ଜଗନ୍‌ନ୍ନାଥ କହିଛନ୍ତି । ଡାଇରେକ୍‌କ୍ଟର ପୁରୀ ଜଗନ୍ନାଥଙ୍କ ସ୍କ୍ରିନ୍ ସ୍କ୍ରିପ୍‌ପ୍ଟ, ସଂଳାପ ଏବଂ ନିର୍ଦ୍ଦେଶନା ସହିତ ଚାର୍ଜି କୌର୍‌, ଭାମସି ପେଡିପାଲିଙ୍କ ପ୍ରଯୋଜନାକୁ ନେଇ ଏହି ଫିଲ୍‌ଲ୍ମ ଆରମ୍‌ମ୍ଭ ହେବାକୁ ଯାଉଛି । ଆକ୍ସନ୍, ଥ୍ରୀଲର୍‌କୁ ନେଇ ପ୍ରସ୍‌ସ୍ତୁତ ହେଉଥିବା ଏହି ଭୁଭି ହିନ୍ଦୀ, ତେଲୁଗୁ, ତାମିଲ୍, କନ୍ନଡ ଏବଂ ମାଲାୟାଲମ୍ ଆଦି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ।
ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ କହିଛନ୍ତି, ଆମର ପରବର୍ତ୍ତୀ ପ୍ରୋଜେକ୍ଟ ‘ଜେଜିଏମ୍ ’ର ଘୋଷଣାକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ବିଜୟଙ୍କ ସହ ପୁନର୍ବାର ସହଯୋଗ କରିବା ଅତ୍ୟନ୍ତ ଖୁସି ଲାଗୁଛି ଏବଂ ଜେଜିଏମ୍ କାହାଣୀ ଅତ୍ୟନ୍ତ ମର୍ମସ୍ପର୍ଶୀ । ବିଜୟ ଦେବରାକୋଣ୍ଡା କହିଛନ୍ତି, ‘ଜେଜିଏମ୍‌କୁ ନେଇ ମୁଁ ଅତ୍ୟନ୍ତ ଉତ୍ସାହିତ, ଏହା ସବୁ ଫଇଲ୍‌ଲ୍ମ ଠାରୁ ଭିନ୍‌ନ୍ନ, ଆକର୍ଷଣୀୟ ତଥା ଚ୍ୟାଲେଞ୍ଜିଂ ସ୍କ୍ରିପ୍ଟ । କାହାଣୀଟି ସ୍ୱତନ୍ତ୍ର ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କୁ ସ୍ପର୍ଶ କରିବ । ପୁରୀ ଜଗନ୍‌ନ୍ନାଥଙ୍କ ଏହା ଡ୍ରିମ୍ ପ୍ରୋଜେ୍‌କଟ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । ଏହାସହ ପୂର୍ବରୁ ବହୁ ଚଳଚ୍ଚିତ୍ର ତାଙ୍କ ନିଦେ୍‌ଦ୍ଦର୍ଦ୍ଦଶନାରେ ମୁଁ କରିଥିବା ବେଳେ ପୁଣି ମତେ ତାଙ୍କ ପ୍ରୋକେ୍‌କ୍ଟରେ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ ନିଶ୍ଚିତ ଯେ ଏହା ଦର୍ଶକଙ୍କ ଉପରେ ପ୍ରଭାବ ପକାଇବ । ଶ୍ରୀକରା ଷ୍ଟୁଡିଓର ପ୍ରଯୋଜକ ଭାମଶି ପେଡିପାଲି କହିଛନ୍ତି, ଏହି ଜେଜିଏମ୍‌ରେ ବିଜୟ ଦେବରାକୋଣ୍ଡା, ପୁରୀ ଜଗନ୍ନାଥ ଏବଂ ଚାର୍ମେ କୌର୍‌ଙ୍କ ସହ ସହଯୋଗ କରିବାରେ ଏହା ଆମକୁ ବହୁତ ଖୁସି ଲାଗେ । ଶ୍ରୀକରା ଷ୍ଟୁଡିଓରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍‌ଚ୍ଚିତ୍ର ପ୍ରତ୍ୟେକ ଭାରତୀୟଙ୍କ ମନକୁ ଛୁଇଁବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଏପ୍ରିଲ୍‌ରୁ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏକାଧିକ ଅନ୍ତର୍ଜାତୀୟ ସ୍ଥାନରେ ସୁଟିଂ ହେବ ବୋଲି ଜଣାପଡ଼ିଛି । ନିଦେ୍‌ର୍ଦ୍ଦଶକ ପୁରୀ ଜଗନ୍ନାଥଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର୍ ଭୁଭି ୩ ଅଗଷ୍ଟ ୨୦୨୩ରେ ଓ୍‌ୱାଲ୍‌ର୍ହ ଓ୍‌ୱାଇଡ୍ ସିନେମାରେ ମୁକ୍ତିଲାଭ କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking