39.1 C
Bhubaneswar
Friday, April 26, 2024
Homeଓଡିଶାଭିଜିଲାନ୍‌ସ ଜାଲରେ ଫସିଲେ କୋଟିପତି ଇଂଜିନିୟର୍

ଭିଜିଲାନ୍‌ସ ଜାଲରେ ଫସିଲେ କୋଟିପତି ଇଂଜିନିୟର୍

ଭୁବନେଶ୍ୱର: ଭିଜିଲାନ୍‌ସ ଜାଲରେ ଫସିଯାଇଛନ୍ତି କୋଟିପତି ଇଂଜିନିୟର୍‌ ରବୀନ୍ଦ୍ର ନାଥ ପ୍ରଧାନ। ଭିଜିଲାନ୍‌ସର ଅଧିକାରୀମାନେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛନ୍ତି। ରବୀନ୍ଦ୍ର ନାଥ ନିଜର ଆୟ ତୁଳନାରେ ୨୪୧ ପ୍ରତିଶତରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍‌ସ ବିଭାଗ ଜାଣିବାକୁ ପାଇଛି। ତାଙ୍କର ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ୫ କୋଟି ୭୧ ଲକ୍ଷ ଟଙ୍କାର ସଂପତ୍ତିର ହିସାବ ହୋଇପାରି ନାହିଁ।
ନୟାପଲ୍ଲୀ ବେହେରାସାହିରେ ଥିବା ତିନି ମହଲା କୋଠା, ଶାସ୍ତ୍ରୀନଗରରେ ଥିବା ଦୁଇ ମହଲା କୋଠା, ବାଲିଅନ୍ତା ନୂଆଗାଁ-କଞ୍ଚିଲୋ ରାସ୍ତାରେ ଥିବା ଆପାର୍ଟମେଣ୍ଟ, ବାଲିଅନ୍ତା କୁରୁଣ୍ଟିରେ ସମ୍ପର୍କୀୟଙ୍କ ଘର, ଅଫିସ୍‌, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟାନଗରରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ସଂପତ୍ତି ଠାବ କରିଛନ୍ତି। ଏହାବ୍ୟତୀତ ଶ୍ରୀ ପ୍ରଧାନଙ୍କ ନହରକଣ୍ଟା, ପୋଲସରା, ବୁଗୁଡ଼ା ଓ ଗଂଜାମରେ ୪୩ ଲକ୍ଷ ଟଙ୍କାର ୮ଟି ଜମି, ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ପ୍ରାୟ ୨୫ ହଜାର ଟଙ୍କା, ୫୪ଗ୍ରାମ ସୁନା ଅଳଙ୍କାର, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ହୋଣ୍ଡା ଆମାଜେ କାର୍‌ ଥିବା ଭିଜିଲାନ୍‌ସ ଜାଣିବାକୁ ପାଇଛି। ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍‌ସ ଶ୍ରୀ ପ୍ରଧାନଙ୍କ ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ଟଙ୍କାର ସଂପତ୍ତି ଠାବ କରିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking