କୋଲକାତା ନାଇଟ ରାଇଡର୍ସ କୁ ପରାସ୍ତ କଲା ରୟାଲ ଚାଲେଞ୍ଜର୍ସ

ଦୁବାଇ:ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । ମିଳିଥିବା ସୂଚନା ଅନୁଯାୟୀ, ଦ୍ବିତୀୟ ପାଳିରେ ବାଙ୍ଗାଲୋର ଲକ୍ଷ୍ୟକୁ ପିଛା କରି ୧୩.୩ ଓଭରରେ ୨ ୱିକେଟ ହରାଇ ୮୫ ରନ୍‌ କରି ବିଜୟ ହାସଲ କରିଛି । ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପଡିକଲ୍ଲ ୧୭ ବଲରେ ୨୫ ରନ୍‌ ଓ ଆରୋନ ଫିଞ୍ଚ୍‌ ୨୧ ବଲରେ ୧୬ ରନ୍‌ କରିଥିଲେ । ସେହିପରି ରନ୍ ମେସିନ ବିରାଟ ‌କୋହଲି ୧୮ ରନ୍‌ ଓ ଗୁରୁକିରାତ୍ ସିଂ ମନ୍‌ ୨୬ ବଲରେ ୨୧ ରନ୍‌ କରି ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ଲକି ଫର୍ଗୁସନ୍ ଗୋଟେ ୱିକେଟ ନେଇଥିଲେ । ଫଳରେ ବାଙ୍ଗାଲୋର ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଛି । ଏହି ବିଜୟ ସହ ୧୪ ଅଙ୍କ ସଂଗ୍ରହ କରି ବାଙ୍ଗାଲୋର ଦଳ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here