28.1 C
Bhubaneswar
Saturday, April 27, 2024
Homeଅପରାଧଥାନାକୁ ନ୍ୟାୟ ପାଇବାକୁ ଆସିଥିଲେ ଦୁଷ୍କର୍ମ ପୀଡିତା, ହେଲେ ପୋଲିସ ଲୁଟି ନେଲା ପୁଣି ଥରେ...

ଥାନାକୁ ନ୍ୟାୟ ପାଇବାକୁ ଆସିଥିଲେ ଦୁଷ୍କର୍ମ ପୀଡିତା, ହେଲେ ପୋଲିସ ଲୁଟି ନେଲା ପୁଣି ଥରେ ଇଜ୍ଜତ ଆଉ ତାପରେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଳିତପୁର ଥାନାରେ ଦେଖିବାକୁ ମିଳିଛି ଅତି ଲଜ୍ୟାଜନକ ଘଟଣା। ନ୍ୟାୟ ପାଇଁ ଆସିଥିବା ଦୁଷ୍କର୍ମ ପୀଡିତାଙ୍କୁ ଥାନାରେ ପୋଲିସ କର୍ମଚାରୀମାନେ କଲେ ଦୁଷ୍କର୍ମ।  ଏହି ଘଟଣା ଜଣାପଡିବା ପରେ ଯୋଗୀ ସରକାର ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଡିଜି କାନପୁର ଜୋନ୍‌ ପାଲି ଥାନାର ଅଭିଯୁକ୍ତ ଇନ୍ସପେକ୍ଟରଙ୍କୁ ସସପେଣ୍ଡ କରିଛନ୍ତି। ଡିଆଇଜି ରେଞ୍ଚ ଝାନସୀ ୨୪ ଘଣ୍ଟାରେ ପୁରା ମାମଲା ନେଇ ରିପୋର୍ଟ ମାଗିଛି।

ରିପୋର୍ଟ ଆସିବା ପରେ ପୋଲିସ କର୍ମଚାରୀମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ପାଲି ଥାନା ଇନଚାର୍ଜଙ୍କ ସହିତ ୬ ଜଣ ଲୋକଙ୍କ ଉପରେ ଜଣେ ୧୩ ବର୍ଷୀୟ ନାବାଳିକା କିଶୋରୀଙ୍କ ସହିତ ଗଣଦୁଷ୍କର୍ମର ଅଭିଯୋଗ ରହିଛି। ମାମଲାରେ ଚାଇଲ୍ଡ ଲାଇନ୍ ଅଭିଯୋଗ ଉପରେ ପୋଲିସ ଅଧୀକ୍ଷକ ଗମ୍ଭୀରତା ଦେଇ ପାଲି ଥାନା ଇନଚାର୍ଜ ତିଳକ ଧାରୀ ସରୋଜଙ୍କ ସହିତ ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମସ୍ତ ଅଭିଯୁକ୍ତଙ୍କ ଉପରେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ, ପୋକ୍ସୋ ଆକ୍ଟ, ଏସି/ଏସଟି ସହିତ ସୁସଂଗତ ଧାରାରେ ମକଦ୍ଦମା ରୁଜୁ କରି ପାଲି ଥାନା ଇନଚାର୍ଜଙ୍କୁ ସସପେଣ୍ଡ କରିଦିଆଇଛି। ପୋଲିସ ଏସପି ନିଖିଳ ପାଠକଙ୍କ କହିବା ଅନୁସାରେ, ପାଲି ଥାନା ଅନ୍ତର୍ଗତରେ ରହୁଥିବା ଜଣେ ୧୩ ବର୍ଷୀୟ କିଶୋରୀଙ୍କୁ ସେହି ଗାଁର ୪ ଜଣ ଯୁବକ ୨୨ ଏପ୍ରିଲରେ ଭୋପାଳ ନେଇଯାଇଥିଲେ। ସେଠାରେ ତାଙ୍କ ସହ  ୩ ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିଲେ।  ତିନି ଦିନ ପରେ ଚାରି ଅଭିଯୁକ୍ତ ନାବାଳିକାଙ୍କୁ ପାଲି ଥାନାରେ ପହଁଞ୍ଚାଇ ଥାନା ଇନ୍ସପେକ୍ଟରଙ୍କ ହାତରେ ଦେଇ ଫେରାର ହୋଇଯାଇଥିଲେ।

ଏସପି ନିଖିଲ ପାଠକଙ୍କ କହିବା ଅନୁସାରେ, ଥାନା ଇନଚାର୍ଜ ପାଲି ନାବାଳିକା ପୀଡିତାଙ୍କଚ ତାଙ୍କ ମାଉସୀ ସହିତ ଚାଇଲ୍ଡ ଲାଇନ୍ ପଠାଇଥିଲେ। ଏହାର ଦୁଇ ଦିନ ପରେ ପୀଡିତାଙ୍କୁ ଥାନାକୁ ଡକାଯାଇଥିଲା। ସେଠାରେ ପାଲି ଥାନା ଇନଚାର୍ଜ ବୟାନ ନେବା ବାହାନାରେ ପୀଡିତାଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ଦୁଷ୍କର୍ମ କରିଥିଲେ। ତାପରେ ପୋଲିସ ପୀଡିତାଙ୍କୁ ତାଙ୍କ ମାଉସୀ ହାତରେ ଚାଇଲ୍ଡ ଲାଇନ୍ ପଠାଇ ଦେଇଥିଲା। ସେଠାରେ କାଉନସେଲିଂ ବେଳେ ଝିଅଟି ନିଜ ସହିତ ହୋଇଥିବା ପୁରା ଘଟଣା କହିଥିଲା। ଏହାପରେ ଚାଇଲ୍ଡ ଲାଇନ୍‌ର ଅଭିଯୋଗ ପରେ ପାଲି ଥାନା ଇନଚାର୍ଜଙ୍କ ସହିତ ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking