28.1 C
Bhubaneswar
Saturday, April 27, 2024
Homeକରୋନାକରୋନାଭାଇରସ୍ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ଟିକାର ଆଜି ଡାକ୍ତରୀ ପରୀକ୍ଷଣ କରାଯିବ :...

କରୋନାଭାଇରସ୍ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ଟିକାର ଆଜି ଡାକ୍ତରୀ ପରୀକ୍ଷଣ କରାଯିବ : ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍: ସାରା ବିଶ୍ୱରେ ଆତଙ୍କ ରଚାଇଥିବା କରୋନା ଭାଇରସ କାରଣରୁ ମୃତ୍ୟୁସଂଖ୍ୟା ଧିରେ ଧିରେ ବଢି ଚାଲିଛି । ୫,୮୩୩ରେ ମୃତ୍ୟୁସଂଖ୍ୟା ପହଁଞ୍ଚିଲାଣି । ସାରା ବିଶ୍ୱରେ ଏହି ମହାମାରୀରେ ୧ ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଆକ୍ରନ୍ତ ହୋଇସାରିଥିବା ଜଣାପଡିଛି । ଆମ ଦେଶ ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିସାରିଥିବା ବେଳେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଥିବା ଜଣାପଡିଛି ।
କରୋନାଭାଇରସ୍ ସଂକ୍ରମଣରୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଟିକାର ଆଜି ଡାକ୍ତରୀ ପରୀକ୍ଷଣ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି । ଏହି ପରୀକ୍ଷାମୂଳକ ଟିକା ନିମନ୍ତେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ପାଣ୍ଠି ଯୋଗାଇଛି । ସିଟଲ୍ ଠାରେ ଥିବା ‘କାଇଜର୍ ପରମାନେଣ୍ଟ୍ ଓ୍ଵାସିଂଟନ୍ ହେଲଥ୍ ରିସର୍ଚ ଇନଷ୍ଟିଚ୍ୟୁଟ୍’ରେ ଏହି ପରୀକ୍ଷଣ କରାଯିବ ।
ଆମେରିକାର ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, କୌଣସି ପୂର୍ଣ୍ଣ ବିକଶିତ ଟିକା ପ୍ରସ୍ତୁତ କରିବାକୁ ବର୍ଷେରୁ ଦେଢ଼ବର୍ଷ ସମୟ ଲାଗିଥାଏ । କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ ସମଗ୍ର ବିଶ୍ୱର ହଜାର ହଜାର ଗବେଷକ ଦଳ ‘କୋଭିଡ୍-୧୯’ ଟିକା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚଳାଇଛନ୍ତି । କେତେକ ଗବେଷକ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ‘କାମଚଳା ଟିକା’ ଉଦ୍ଭାବନ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହି ନେଇ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାସେ ଦୁଇ ମାସ ବଞ୍ଚାଇ ରଖିହେବ । ଏହି ମାସେ ଦୁଇ ମାସ ମଧ୍ୟରେ ଉନ୍ନତ ଟିକା ପ୍ରସ୍ତୁତ କରାଯାଇ ପୁଣି ଆକ୍ରାନ୍ତମାନଙ୍କୁ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking