29.1 C
Bhubaneswar
Saturday, April 27, 2024
Homeଓଡିଶାଗଣମାଧ୍ୟମକୁ ବାଗଚୀଙ୍କ ଅପିଲ

ଗଣମାଧ୍ୟମକୁ ବାଗଚୀଙ୍କ ଅପିଲ

ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ରଚାଇଥିବା କରୋନା ଭାଇରସ କାରଣରୁ ମୃତ୍ୟୁସଂଖ୍ୟା ଧିରେ ଧିରେ ବଢି ଚାଲିଛି । ଭାରତରେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ କରୋନା କାୟାବିସ୍ତାର କରୁଛି । ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶ୍ବବ୍ୟାପୀ ୧ ଲକ୍ଷ ୬୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଲାଣି ।
କରୋନା ସଂମ୍ପର୍କିତ ଖବର ପ୍ରସାରଣକୁ ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଅପିଲ କରିଛନ୍ତି । ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ବାଗଚୀ ପରାମର୍ଶ ଦେଇଛନ୍ତି । ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରେକିଂ ନ୍ୟୁଜ ପଛରେ ଗୋଡାଇଲେ ସମାଜ ବ୍ରେକ ହେବାର ଆଶଙ୍କା ରହିଛି । ଚିକିତ୍ସା ବେଳେ ଭିଡିଓ କ୍ୟାମେରା ନେଲେ, ଚିକିତ୍ସା ସମୟରେ ବାଇଟ ମାଗିଲେ , ଫୋନ କଲେ ଚିକିତ୍ସା ପ୍ରଭାବିତ ହେବ ବୋଲି ବାଗଚୀ କହିଛନ୍ତି । ମିଡିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ଏକ ମାଧ୍ୟମ ଅଟେ । ନିଜକୁ ବିପଦ ଶଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ କରନ୍ତୁନାହିଁ । ଗଣମାଧ୍ୟମ ଦାୟିତ୍ୱ ସମ୍ପନ୍ନ ଭାବେ ଖବର ପରିବେଶଷଣ କରୁ । ଯେଉଁମାନେ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସମ୍ପର୍କରେ ଜଣାଇବେ ତାହା ବିପଦଜନକ ହେବ । ନମାନିଲେ ଆଇନ ଅନୁସାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବାଗଚୀ ସୂଚନା ଦେଇଛନ୍ତି ।
https://onakhabar.com/2020/03/16/first-coron-attacked-person-found-in-odisha/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking