24.1 C
Bhubaneswar
Thursday, May 9, 2024
Homeକରୋନାଏବେ ଛୋଟ ପିଲାଙ୍କୁ ଦିଆଯିବ ଟୀକା

ଏବେ ଛୋଟ ପିଲାଙ୍କୁ ଦିଆଯିବ ଟୀକା

ୱାଶିଂଟନ: ସମଗ୍ର ଦେଶ କୁ ମହାମାରୀ ଏବେ ଗ୍ରାସ କରିଛି । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭ୍ୟାକସିନ ଆସିଥିବାରୁ ସାମାନ୍ୟ ଆଶ୍ୱସ୍ତି ଲାଭ ହୋଇଛି । ହେଲେ ତଥାପି ଏଥିରେ ବ୍ରେକ ଲାଗି ପାରୁନି । ଏହାରି ମଧ୍ୟରେ ଛୋଟ ପିଲାମାନଙ୍କୁ କରୋନା ଟିକା ଦେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏବେ ଏହାକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ଅର୍ଥାତ୍ ଏଣିତି ଛୋଟ ପିଲାମାନଙ୍କୁ ମଧ୍ୟ କରୋନା ଭ୍ୟାକସିନ୍ ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଆମେରିକା ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ଫାଇଜର୍‌-ବାୟୋଟେକର କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ।

ଏହି ଭ୍ୟାକସିନ୍ ବର୍ତ୍ତମାନ ଦେଶର ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯାଉଛି । ତେବେ ଫେଡେରାଲ୍ ଭ୍ୟାକସିନ୍ ପରାମର୍ଶଦାତା କମିଟିର ସୁପାରିସ୍ ପରେ ଏବେ ୧୨ରୁ ୧୫ ବର୍ଷ ପିଲାଙ୍କୁ ଏହି ଟିକା ପ୍ରିମିୟର ଓ ବ୍ରୁଷ୍ଟର୍ ଭାବେ ଦୁଇଥର ଦିଆଯିବ । ଏହି ଟିକାକରଣ ଗୁରୁବାରଠାରୁ ଆରମ୍ଭ ହୋଇପାରେ । ତେବେ ବୁଧବାର ଏ ନେଇ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking