36.1 C
Bhubaneswar
Thursday, May 2, 2024
Homeଓଡିଶାଟିକାକରଣ ସମୟ ନିର୍ଦ୍ଧାରଣ

ଟିକାକରଣ ସମୟ ନିର୍ଦ୍ଧାରଣ

ଭୁବନେଶ୍ୱର: ବିଏମସି ପକ୍ଷରୁ ଟିକାକରଣ ସମୟ ନିର୍ଦ୍ଧାରଣ ହୋଇଛି । ସକାଳ ୮ଟାରୁ ଦିନ ଗୋଟାଏ ଯାଏଁ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ ।
ତେବେ ଆଜି   ୧୮ରୁ ୪୪ ବର୍ଷ ବର୍ଗଙ୍କୁ  ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ,  ସୋମବାରଠାରୁ ବିଏମସିର ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । ଟିକାକରଣ ପାଇଁ ଆଜି ସନ୍ଧ୍ୟାରେ ସ୍ଲଟ ବୁକିଂ ହେବ । କୋ ୱିନ ପୋର୍ଟାଲରେ ପଂଜିକରଣ କରିବାକୁ ସେ ଅନୁରୋଧ କରିଛନ୍ତି । ଟିକାକରଣ କେନ୍ଦ୍ରକୁ ନଆସି ପଂଜିକରଣ କରନ୍ତୁ । ବିନା ପଂଜିକରଣରେ ଟିକା ଦିଆଯିବନି । ଭୁବନେଶ୍ୱର ମହାନଗର ଅଂଚଳରେ ଟିକାର ଅଭାବ ନାହିଁ ।
ସେହିଭଳି କରୋନା ସ୍ଥିତି ନେଇ  ସେ କହିଥିଲେ , ଭୁବନେଶ୍ୱରରେ ବର୍ତମାନସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ବେଡର ଅଭାବ ନାହିଁ । ବର୍ତମାନ ସୁଦ୍ଧା ୩୫୫୩ଟି ବେଡ ଉପଲବ୍ଧ ଅଛି । ଉପଲବ୍ଧ ବେଡ ମଧ୍ୟରୁ ୫୩୧ଟି ଆଇସିୟୁ ବେଡ ରହିଛି । ଆଇସିୟୁ ବେଡର ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି । ୫୩୬ଟି ଏଚଡିୟୁ ବେଡ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି ।   ବିଏମସି ଅଧିନରେ ସାଧାରଣ ବେଡ ସଂଖ୍ୟା ୨୧୮୬ । ସାଧାରଣ ବେଡର ୫୦ ପ୍ରତିଶତ ଖାଲି ପଡିଛି । ଭୁବନେଶ୍ୱରର ୮୫ ପ୍ରତିଶତ ଆକ୍ରାନ୍ତ ଘରେ ଆଇସୋଲେସନରେ ଅଛନ୍ତି । ପ୍ରତି ବିଭାଗର ଆରଆରଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ନଜର ରଖିଛନ୍ତି ।

ଭୁବନେଶ୍ୱରବାସୀଙ୍କୁ ସେ ଅନୁରୋଧ କରି କହିଛନ୍ତି, ଲକ୍ଷଣ ଦେଖାଇଲେ ଟେଷ୍ଟ କରାନ୍ତୁ । ଲକ୍ଷଣ ଥିବା ଲୋକ ଟେଷ୍ଟ ନକରାଇ ବାରମ୍ବାର ଫୋନ କରୁଛନ୍ତି । ବିଏମସିର ହେଲପ ଲାଇନ ନମ୍ବରକୁ ବାରମ୍ବାର ଫୋନ କରୁଛନ୍ତି । ସେଥିପାଇଁ ଲକ୍ଷଣ ଦେଖାଗଲେ ଚୁରନ୍ତ ଟେଷ୍ଟ କରନ୍ତୁ । ରାଜଧାନୀରେ ୧୧ଟି ଘରୋଇ କୋଭିଡ ଟେଷ୍ଟ ଲାବ୍ରୋଟୋରୀ ଅଛି । ୨୪ଟି ସିଏଚସି/ପିଏଚସିରେ ମଧ୍ୟ କୋଭିଡ ଟେଷ୍ଟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking