33.1 C
Bhubaneswar
Friday, April 26, 2024
Homeଓଡିଶାଭୋଜି ଖାଇ ଜଣେ ମୃତ, ଏକାଧିକ ଗୁରତର

ଭୋଜି ଖାଇ ଜଣେ ମୃତ, ଏକାଧିକ ଗୁରତର

ନୟାଗଡ଼: ବିବାହ ଭୋଜି ଖାଇ 40 ରୁ ଉର୍ଦ୍ଧ ଗୁରୁତର ହୋଇଥିବା ବେଳେ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଏହି ଅଘଟଣ । କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ 40ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି l ମୃତକ ଜଣକ ହେଲେ ରାଧା ବାରିକଙ୍କ 55 ବର୍ଷୀୟା ପତ୍ନୀ ମାଟିଆଣୀ ବାରିକ l ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସଧୀନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତ ମାନଙ୍କୁ ସ୍ଥାନୀୟ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ବର୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି l ଗତକାଲି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମଙ୍ଗନଥିଲା l ସେଥିପାଇଁ ଗାଁରେ ଭୋଜିର ଆୟୋଜନ କରାଯାଇଥିଲା l ସକାଳ ଭୋଜିକୁ ରାତିରେ ଖାଇବାରୁ ଭୋଜି ବିଷାକ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking