39.1 C
Bhubaneswar
Friday, April 26, 2024
Homeଓଡିଶାଟିକାକରଣକୁ ନେଇ ରେଭେନ୍‌ସାରେ ବିଶୃଙ୍ଖଳା

ଟିକାକରଣକୁ ନେଇ ରେଭେନ୍‌ସାରେ ବିଶୃଙ୍ଖଳା

କଟକ : କରୋନା ଟିକାକରଣକୁ ନେଇ ମଙ୍ଗଳବାର ସକାଳେ ରେଭେନ୍‌ସାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ସୁରକ୍ଷା କର୍ମୀ ଓ ଟିକା ନେବା ପାଇଁ ଆସିଥିବା ଜନତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରେ ମାଲଗୋଦାମ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରିଥିବାବେଳେ ଉଚ୍ଚବାଚ୍ଚ ମଧ୍ୟ ଜାରି ରହିଥିଲା । ତେବେ ପରେ ଜନତା ଘଟଣା ସମ୍ପର୍କରେ ବୁଝିବା ପରେ ସେମାନେ ଫେରିଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଜନତାଙ୍କ ମଧ୍ୟରେ କରୋନା ଟିକାକରଣକୁ ନେଇ ଅହେତୁକ ଆଗ୍ରହ ଦେଖାଦେଇଛି । ପୂର୍ବରୁ ଅଫ୍‌ଲାଇନରେ ଆଧାର କାର୍ଡ ଦେଖାଇ ପଞ୍ଜକରଣ କରାଇ ଟିକା ନେଇପାରୁଥିବା ବେଳେ ପରବର୍ତ୍ତୀ ପରିସ୍ଥିତିରେ ସେଥିରେ ପରିବର୍ତ୍ତନ କରାଯାଇଥିଲା ।

ନୂତନ ନିୟମ ଅନୁଯାୟୀ ପ୍ରଥମେ ଅନ୍‌ଲାଇନ୍‌ରେ ସ୍ଲଟ୍ ବୁକିଂ କରିବା ପରେ ସେହି ମେସେଜ୍ ଅନୁସାରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ୁଛି । ତେବେ ସ୍ଲଟ୍ ବୁକିଂରେ ନା ନା ସମସ୍ୟା ଦେଖାଦେଉଛି । କେତେବେଳେ ସ୍ଲଟ୍ ବୁକିଂ ଆଦୌ ଖୋଲୁ ନାହିଁ ତ ଆଉ କେତେବେଳେ ମାତ୍ର ୫ ମିନିଟ୍ ମଧ୍ୟରେ ବୁକିଂ ଶେଷ ହୋଇଯାଉଛି । ଏହାପରେ ସବୁବର୍ଗର ଲୋକେ ଏ ଦିଗରେ ସାମର୍ଥ୍ୟ ରଖିନାହାନ୍ତି କି ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ୍ ନାହିଁ । ଅନ୍ୟପକ୍ଷରେ ଗତକାଲି କେହି ମେସେଜ୍ ମୁତାବକ ରେଭେନ୍‌ସା ଟିକାକରଣ କେନ୍ଦ୍ରରେ ଅଫ୍‌ଲାଇନରେ ଟିକାକରଣ କରାଯିବ ବୋଲି ଫେକ୍ ମେସେଜ୍ ଫରୱାର୍ଡ କରିଥିଲେ । ସେହି ଅନୁଯାୟୀ ଆଜି ବହୁତ ଲୋକ ରେଭେନ୍‌ସା ଫାଟକରେ ପହଞ୍ଚିଥିବା ବେଳେ ସୁରକ୍ଷା କର୍ମୀ ସେମାନଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ ।

ଏନେଇ କଟକ ମହାନଗର ନୁିଗମ କମିସନରଙ୍କ ଦୃଷ୍ଟିକୁ ଆସିବା ପରେ ସେ ଟ୍ୱିଟର୍ ମାଧ୍ୟମରେ ଏନେଇ ଏକ ସ୍ପଷ୍ଟୀକରଣ ଦେଇ ଅଫ୍‌ଲାଇନରେ ଟିିକାକରଣ ହେଉନଥିବା ସ୍ପଷ୍ଟ କରିଥିଲେ । ଏପରିକି କୌଣସି ଗୁଜବ ସମ୍ବଦରେ ବିଶ୍ୱାସ ନକରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking