33.1 C
Bhubaneswar
Friday, April 26, 2024
Homeଓଡିଶାତାଲାବନ୍ଦରେ ଜମୁଥିଲା ଭାଙ୍ଗବେପାର

ତାଲାବନ୍ଦରେ ଜମୁଥିଲା ଭାଙ୍ଗବେପାର

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜୋର୍‌ଦାର ଚାଲିଥିଲା ଭାଙ୍ଗବେପାର । ପୁଲିସକୁ ଦେଖିଲେ ପଡ଼ିଯାଉଥିଲା କବାଟ । ଗ୍ରାହକଙ୍କୁ ଦୂରରେ ଛିଡ଼ା କରି ବଟାଭାଙ୍ଗକୁ ପାର୍ସଲ କରାଯାଉଥିଲା । ହେଲେ ମଙ୍ଗଳବାର ପୁଲିସ ଟିମ୍ ଚଢ଼ଉ ପରେ ସବୁ ଫସର ଫାଟିଯାଇଛି । ଲିଙ୍ଗରାଜ ଥାନା ପୁଲିସ ଉକ୍ତ ଭାଙ୍ଗଦୋକାନ ଉପରେ ଚଢ଼ଉ କରି ୧୨ କେଜି ଭାଙ୍ଗ ସମେତ ୨ଟି ଗ୍ରାଇଣ୍ଡର ମେସିନ୍ ଜବତ କରିଛି । ଏହାସହ ସମ୍ପୃକ୍ତ ଭାଙ୍ଗବେପାରୀଙ୍କୁ ପୁଲିସ କାବୁ କରି ଥାନାକୁ ଆଣିଥିଲେ ।

ପରେ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା ଥାନାଧିକାରୀ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ପୁରୁଣା ଭୁବନେଶ୍ୱର ଗୋଡ଼ିପୋଖରୀ ସାହିର ସୁବାଷ ଚନ୍ଦ୍ର ଦେବତା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁବାଷଙ୍କ କେଉଟସାହିରେ ଭାଙ୍ଗଦୋକାନ ରହିଛି । ଏଠାରେ ସେ ବିନା ଲାଇସେନ୍ସରେ ଭାଙ୍ଗ ବେପାର କରୁଥିଲେ । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପାଇଁ ସମସ୍ତ ଦୋକାନ ବନ୍ଦ ରହିଛି । ହେଲେ ସୁବାଷ ତାଙ୍କ ଭାଙ୍ଗ ବେପାର ଚୋରାରେ ଚଳାଉଥିଲେ । ମଙ୍ଗଳବାର ପୁଲିସ ଟିମ୍ ଗ୍ରାହକ ସାଜି ଦୋକାନ ଉପରେ ଚଢ଼ଉ କରି ଭାଙ୍ଗ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking