26.1 C
Bhubaneswar
Tuesday, May 7, 2024
Homeଓଡିଶାନୃସିଂହ ଚତୁର୍ଦ୍ଦଶୀରେ ବିଧିମତେ ସମ୍ପନ୍ନ ହେଲା ଗୁଜ ଅନୁକୂଳ

ନୃସିଂହ ଚତୁର୍ଦ୍ଦଶୀରେ ବିଧିମତେ ସମ୍ପନ୍ନ ହେଲା ଗୁଜ ଅନୁକୂଳ

ପୁରୀ : ଆଗାମୀ ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳା ବିଶ୍ୱକର୍ମା ମହାରଣାମାନଙ୍କ ନିହଣ ଓ ମୁଗୁର ଶବ୍ଦରେ ଶବ୍ଦାୟିତ ହେଉଛି । ପରମ୍ପରା ଅନୁଯାୟୀ ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଗୁଜ ଓ ଜନ୍ତାଗାଡ଼ ଅନୁକୂଳ ହୋଇଛି । ମାତ୍ର ବାତ୍ୟାର ପ୍ରକୋପରେ ପାଗ ଭଲ ନଥିବା ହେତୁ ଓ ନିର୍ମାଣକାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଜି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବିଧିମତେ ଗୁଜ ଅନୁକୂଳ କରାଯାଇ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଆସନ୍ତାକାଲି ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

ଆଜି ୫୧ଜଣ ମହାରଣା, ୫୩ଜଣ ରଥ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୫ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୨ଜଣ ରୂପକାର ସେବକ ଏବଂ ଜଣେ ରଥଖଳା ସହାୟକଙ୍କୁ ମିଶାଇ ସମୁଦାୟ ୧୩୯ଜଣ ଗୁଜ ଅନୁକଳ କରିଥିଲେ । ପୂର୍ବାହ୍ନରେ ପରମ୍ପରା ଅନୁସାରେ ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଧଉରା ଓ ଅସନ କାଠରେ ଆରମ୍ଭ ହୋଇଛି ଗୁଜ ନିର୍ମାଣ କାର୍ଯ୍ୟ । ଗୁଜ ଅନୁକୂଳ ପାଇଁ ରଥ ଭୋଇ ସେବକମାନେ ପ୍ରତି ରଥ ନିମନ୍ତେ ଦୁଇଖଣ୍ଡ ଲେଖାଏଁ ୧୫ଖଣ୍ଡ ୧୨ଫୁଟିଆ ଧଉରା କାଠ ରଥଖଳାରେ ରଖିଥିଲେ । ନଡ଼ିଆ ବାଡ଼େଇ, ମହାପ୍ରସାଦ ସମର୍ପଣ କରି ବିଶ୍ୱକର୍ମା ଗୁଜ ଅନୁକୂଳ କରିଥିଲେ ।

ଏଥିସହିତ ଭୋଇ ସେବକମାନେ ଜନ୍ତା ଗାଡ଼ ଖୋଳା ଅନୁକୂଳ କାର୍ଯ୍ୟ ଶେଷ କରିଥିଲେ । ରୂପକାର ସେବକଙ୍କୁ ଉପସ୍ଥିତିରେ ତାଳଧ୍ୱଜ ରଥର ମୁଖ୍ୟ ବାଡ଼ଗ୍ରାହୀ ରୂପକାର ସେବକ ଗଣେଶ୍ୱର ମହାପାତ୍ର, ଦେବଦଳନ ରଥର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନନ୍ଦିଘୋଷ ରଥର ରୂପକାର ସେବକ ରାଜେନ୍ଦ୍ର କୁମାର ମହାପାତ୍ର ୩ରଥରେ ପ୍ରଭୁ ନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରି ପ୍ରାରମ୍ଭିକ କୋଣ ଗୁଜ ନିର୍ମାଣର ଶୁଭ ଅନୁକୂଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking