28.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଜଘନ୍ୟ ହତ୍ୟାକାଣ୍ଡ; ଗାର୍ଲଫ୍ରେଣ୍ଡକୁ ୨୧ ଥର ଛୁରୀରେ ଭୁସି ହତ୍ୟା କଲା ପ୍ରେମିକ

ଜଘନ୍ୟ ହତ୍ୟାକାଣ୍ଡ; ଗାର୍ଲଫ୍ରେଣ୍ଡକୁ ୨୧ ଥର ଛୁରୀରେ ଭୁସି ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀରେ ଛାତିଥରା ଘଟଣା । ନାବାଳିକା ପ୍ରେମିକାର ଜୀବନ ନେଲା ନାବଳକ ପ୍ରେମିକ । ଥରେ କି ଦୁଇ ଥର ନୁହଁ ୨୧ ଥର ଛୁରୀରେ ଆକ୍ରମଣ ପରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କଲା ପ୍ରେମିକ । ବଚସାକୁ ନେଇ ଘଟିଲା ଏପରି ହତ୍ୟାକାଣ୍ଡ । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସାକ୍ଷୀ । ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସେ ତାଙ୍କ ସାଙ୍ଗ ଘରକୁ ଆସିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମୃତ ନାବାଳିକା ଜଣଙ୍କ ଘର ଶାହାବାଦ ଡାଏରୀ ଅଞ୍ଚଳରେ । ଗତରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହାପରେ ପୋଲିସ ଛାନଭିନ୍ କରି ହତ୍ୟାକାରୀ ପ୍ରେମିକକୁ ଗିରଫ କରିଛି ।

ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଲୁଚିଥିଲା ହତ୍ୟାକାରୀ ।ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସାକ୍ଷୀ ତାଙ୍କ ସାଙ୍ଗ ଭାବନା ଘରକୁ ଯାଇଥିଲେ । ଭାବନା ପାର୍ଟି ପାଇଁ ରେଡ୍ଡି ହୋଇନଥିବାରୁ ସେ ତାଙ୍କୁ ଘର ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ତାଙ୍କ ପ୍ରେମିକ ଆସି ସାକ୍ଷୀଙ୍କ ସହ କିଛି ସମୟ କଥା ହୋଇଥିଲେ । ଏହାପରେ ଏକ ଛୁରୀରେ ସାକ୍ଷୀଙ୍କୁ ୨୧ ଥର ଆକ୍ରମଣ କରିଥିଲା ପ୍ରେମିକ । ଏତିକିରେ ମନ ଶାନ୍ତି ନହେବାରୁ ନାବାଳକ ପ୍ରେମିକ ପଥରରେ ସାକ୍ଷୀଙ୍କୁ ପଥରରେ ଛେଚି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ ନାବାଳିକା ଜଣଙ୍କ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସାକ୍ଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଘଟଣା ସମୟର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ଦିଲ୍ଲୀ ପୋଲିସ କହିଛି ଯେ, ୨୦ ବର୍ଷୀୟ ସାହିଲ ତା ନାବାଳିକା ପ୍ରେମିକାକୁ ହତ୍ୟା କରିଛି । ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଗତାକିଲ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ମୃତ ନାବାଳିକା ଜମଙ୍କ ତାଙ୍କ ସାଙ୍ଗଙ୍କ ଘର ବାହାରେ ଛିଡା ହୋଇଥିବା ବେଳେ ସାହିଲ ତାଙ୍କୁ ଡାକି କିଛି ସମୟ କଥା ହୋଇଥିଲେ । ଏହାପରେ ସାକ୍ଷୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଥରେ କି ଦୁଇ ଥର ମୁହଁ ୨୧ ଥର ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ପଥରରେ ଛେଚି ହତ୍ୟା କରିଥିଲା ସାହିଲ । ଏନେଇ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking