30.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶତ୍ରିକୋଣୀୟ ପ୍ରେମରୁ ଜଘନ୍ୟ କାଣ୍ଡ; ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ କାଣ୍ଡ; ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ଦୁଇ ଯୁବକ । ଇନଷ୍ଟାଗ୍ରାମରେ ଚାଲିଥିଲା ତ୍ରିକୋଣୀୟ ପ୍ରେମ ସମ୍ପର୍କ । ଏହାକୁ ନେଇ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲା ଅନ୍ୟ ଯୁବକ । ୫୦ ଥର ଛୁରାମାଡ଼ ପରେ ସେଇଠି ହିଁ ଆଖି ବୁଜିଦେଲେ ଯୁବକ । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀର ଭାଗୀରଥି ବିହାରରେ ।

ମୃତ ଯୁବକ ହେଉଛନ୍ତି ମାହିର ଓରଫ ଇମ୍ରାନ ଓ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ହେଉଛି ଅରମାନ ଖାନ । ବୁଧବାର ରାତିରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ ।ମୃତକ ଇମ୍ରାନ ଦିଲ୍ଲୀ ପହରଗଞ୍ଜର ଏକ ଫ୍ଲେକ୍ସ ପ୍ରିଣ୍ଟିଂ ଦୋକାନରେ କାମ କରୁଥିଲେ । ଇନଷ୍ଟାଗ୍ରାମରେ ସେ ଜଣେ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ । ପ୍ରତିଦିନ ଉଭୟ ଚାଟିଂ ମଧ୍ୟ କରୁଥିଲେ । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସମ୍ପୃକ୍ତ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମରେ ଅରମାନ ଖାନଙ୍କୁ ମଧ୍ୟ ଡେଟିଂ କରୁଥିଲେ । ଦିନେ ଇମ୍ରାନ ଓ ଯୁବତୀ ଜଣଙ୍କ ଭିଡିଓ କଲରେ କଥା ହେଉଥିଲେ ।

ଯାହା ଦେଖିବାକୁ ପାଇଥିଲା ଅରମାନ ଖାନ । ଏହାପରେ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ଅରମାନ ଯୁବତୀଙ୍କ ଠାରୁ ଫୋନ ଛଡାଇ ଇମ୍ରାନ ସହ କଥା ନହେବାକୁ କହିଥଲା । ଏଥିସହ ଫୋନ ମଧ୍ୟ ଫେରାଇ ନଥିଲା । ଯୁବତୀ ଜଣଙ୍କ ଏନେଇ ଇମ୍ରାନଙ୍କୁ ଜଣାଇବା ପରେ ସେ ଅରମାନଙ୍କୁ ଫୋନ ଫେରାଇବା କହିଥିଲେ । ଫୋନ ଫେରାଇବା ବାହାନାରେ ଅଭିଯୁକ୍ତ ଅରମାନ ଇମ୍ରାନଙ୍କୁ ଭାଗୀରଥୀ ବିହାରକୁ ଡାକିଥିଲା । ସେଠାରେ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀ ମିଶି ଇମ୍ରାନଙ୍କୁ ୫୦ ଥର ଛୁରୀ ଭୁସି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ରାସ୍ତାକଡରେ ଫୋପାଡି ଦେଇ ଚାଲି ଯାଇଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ଏବଂ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପଚାରାଉଚରା ସମୟରେ ହତ୍ୟାକାଣ୍ଡର କାରଣ ଜଣା ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking