34.1 C
Bhubaneswar
Thursday, April 25, 2024
Homeଓଡିଶାମନ୍ତ୍ରୀଙ୍କ ଅଚାନକ ତହସିଲ୍ ଅଫିସ୍ ପରିଦର୍ଶନ, ୧୬ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ମନ୍ତ୍ରୀଙ୍କ ଅଚାନକ ତହସିଲ୍ ଅଫିସ୍ ପରିଦର୍ଶନ, ୧୬ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଗୋପ : ସାମୁଦ୍ରିକ ଝଡ଼ ୟସ ଲାଗି ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଥିବା ବେଳେ ହେଡ କ୍ୱାର୍ଟରରେ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଗୋପ ବ୍ଲକ ସମେତ ତହସିଲ ଅଫିସ୍‌ରେ କେତେକ କର୍ମଚାରୀ ଅନୁପସ୍ଥିତ ଥିବା ନେଇ ଅଭିଯୋଗ ହେବାପରେ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ଗୋପ ତହସିଲ ଅଫିସ୍ ପରିଦର୍ଶନ କରିଥିଲେ । ଏହି ସମୟରେ ୧୬ଜଣ କର୍ମଚାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ଏନେଇ ମନ୍ତ୍ରୀ ଶ୍ରୀ ଦାସ ଅସନ୍ତୋଷ ବ୍ୟକ୍ତ କରିବା ସହ ତହସିଲଦାର ଶୁଭାଶିଷ ପାଲଟାଙ୍କ ଠାରୁ ସମସ୍ତ କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସେମାନଙ୍କ ଦରମା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ମନ୍ତ୍ରୀଙ୍କ ପଦକ୍ଷେପକୁ କର୍ମଚାରୀ ମାନେ ନାପସନ୍ଦ କରିଛନ୍ତି । ଅଧିକାଂଶ କର୍ମଚାରୀ ହେଡକ୍ୱାର୍ଟର ନିକଟର ରହୁଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟାଳୟ ଠାରୁ ୮କିମି ପରିଧି ହେଉଛି ହେଡ୍‌କ୍ୱାର୍ଟର ତେବେ ମନ୍ତ୍ରୀ ଶ୍ରୀ ଦାସ ପରିଦର୍ଶନ ସମୟରେ ତହସିଲ କାର୍ଯ୍ୟାଳୟରେ କର୍ମଚାରୀମାନେ ଅନୁପସ୍ଥିତ ଥିଲେ । କିନ୍ତୁ ହେଡ୍‌କ୍ୱାର୍ଟର ଛାଡ଼ିନଥିବା ଜନୈକ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଅନୁରୂପ ଭାବେ ବ୍ଲକ କାର୍ଯ୍ୟାଳୟରେ ଦୈନଦିନ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଅନୁପସ୍ଥିତ ରାହୁଥିବାବେଳେ କୋଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଅଥଚ ତହସିଲ କାର୍ଯ୍ୟାଳୟରୁ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି । ଏନେଇ ତହସିଲଦାର ଶ୍ରୀ ପାଲଟାଙ୍କୁ ପଚାରିବାରୁ ସେ କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ ତହସିଲକୁ ଅଚାନକ ପରିଦର୍ଶନରେ ଆସିଥିଲେ ମାତ୍ର ସନ୍ଧ୍ୟା ହୋଇଯାଇଥିବାରୁ କେତେକ କର୍ମଚାରୀ ସେମାନଙ୍କ ବାସଭବନକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking