26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : କେଦାରନାଥ ଯାତ୍ରା ଉପରେ ରୋକ୍

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : କେଦାରନାଥ ଯାତ୍ରା ଉପରେ ରୋକ୍

ଡେରାଡୁନ୍ : ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି । ଅନ୍ୟପକ୍ଷରେ ରବିବାରର ଖରାପ ପାଗକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିପର୍ଯ୍ୟୟ ପରିଚାଳନା ବିଭାଗ, ପୋଲିସ ପ୍ରଶାସନ ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରାଖଣ୍ଡର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ନଦୀ ଓ ଡ୍ରେନଠାରୁ ଦୂରରେ ରହିବାକୁ ଅପିଲ କରିଛନ୍ତି କହିଛନ୍ତି । ଉତ୍ତରାଖଣ୍ଡକୁ ଆସିଥିବା ଯାତ୍ରୀମାନେ ଏକ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ମଧ୍ୟ କୁହାଯାଇଛି । ଯେଉଁମାନେ ଚାରିଧାମ ଯାତ୍ରା କରିବାକୁ ଯାଉଛନ୍ତି, ସେମାନଙ୍କୁ ୨ ଦିନ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ ବୋଲି ପ୍ରଶାସନ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking