39.1 C
Bhubaneswar
Friday, April 26, 2024
Homeଓଡିଶାଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଜାରି

ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର : ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡ୍‌ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ । ଏ ନେଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି । ୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଲେ । ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ୍ ସେସନ । ଇଣ୍ଡକସନ୍ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ । ବିଭାଗର ନିଷ୍ପତ୍ତି ଅନୁଯାୟୀ, ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ।

ସ୍କୁଲ ଖୋଲିଲେ ମଧ୍ୟ ଉଭୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି। ଅପରପକ୍ଷେ ସ୍କୁଲ ଖୋଲିବା ପୂର୍ବରୁ ଆଜି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଡିଇଓ, ଡିପିସି, ବିଇଓମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା କଟକଣାକୁ କଡାକଡି ପାଳନ କରିବା, ବିଶୋଧନ, ସାମାଜିକ ଦୂରତ୍ୱ ରକ୍ଷା, କ୍ୟାମ୍ପସ ସଫା ରଖିବାକୁ କୁହାଯାଇଛି। ଏଥିସହ ସଚିବ ଶ୍ରୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking