28.1 C
Bhubaneswar
Saturday, April 27, 2024
Homeକରୋନାପୋଲିସ ଅଧିକାରୀଙ୍କ ପାଇଁ ପ୍ୟାକେଜ ଘୋଷଣା

ପୋଲିସ ଅଧିକାରୀଙ୍କ ପାଇଁ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ : ବର୍ତମାନ ସାରା ବିଶ୍ୱ କରୋନା ସହ ଲଢେଇ କରୁଛି । ସେଥିପାଇଁ ସରକାର ୨୧ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି ।  ସବୁ ଦୋକାନ ବଜାର ବନ୍ଦ ।  ଇଛା ନଥିଲେ ବି ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।  ହେଲେ କିଏ ବି କଣ କରିପାରିବ ।  ଆମର ସୁରକ୍ଷା ପାଇଁ ହିଁ ସରକାର ଘରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।  ଏହାରି ଭିତରେ ଆଜି ଉତ୍ତରପ୍ରଦେଶ ସରକାର ୟୁପି ପୋଲିସ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବୀମା କଭର ଘୋଷଣା କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ୫୬ ଟି ଅଗ୍ନିଶମ ଟେଣ୍ଡର ଉଦଘଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହା ଘୋଷଣା କରିଛନ୍ତି। କରୋନାଭାଇରସ୍ ପାଣ୍ଡେମିକ୍ ମଧ୍ୟରେ ଏହି ଅଗ୍ନି ଟେଣ୍ଡରଗୁଡିକ ସାନିଟାଇଜେସନ୍ କାର୍ଯ୍ୟ ପାଇଁ ବ୍ୟବହୃତ ହେବ ବୋଲି ସୂଚନା ମିଳିଛି ।
https://onakhabar.com/2020/04/08/government-thinking-of-extending-covid-19-lockdown/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking