39.1 C
Bhubaneswar
Friday, April 26, 2024
Homeଓଡିଶାକଳାକାରଙ୍କୁ ମିଳିବ ଆଗୁଆ ଭତା

କଳାକାରଙ୍କୁ ମିଳିବ ଆଗୁଆ ଭତା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୩୪ ହଜାର କଳାକାରଙ୍କୁ ମିଳିବ ଆଗୁଆ ୪ ମାସର ଭତା । ଆସନ୍ତା ଜୁନ୍ ମାସ ୪ ତାରିଖରୁ ଏହି ଆଗୁଆ ଭତା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ପାଇଁ ଏବି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଇ ଟ୍ରାନସଫର ମାଧ୍ୟମରେ ସରକାର ଏହି ଟଙ୍କା ପ୍ରଦାନ କରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇ ଆଇସୋଲେସନ୍ରେ ଅଛନ୍ତି। ସେମାନଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନରେ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଉଛି। ଲୋକଙ୍କୁ ଘରୁ ନବାହାରିବା ପାଇଁ ଅପିଲ୍ କରାଯାଉଛି। ସେମାନଙ୍କ ପାଖରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking