28.1 C
Bhubaneswar
Saturday, April 27, 2024
Homeଓଡିଶାମହିଳା କମିଶନରେ ଦୀପିକା

ମହିଳା କମିଶନରେ ଦୀପିକା

ଭୁବନେଶ୍ୱର : ମହିଳା କମିଶନରେ ହାଜର ହେଲେ ବ୍ରହ୍ମପୁରର ପୀଡିତା ଦୀପିକା । ମହିଳା କମିସନଙ୍କ ଠାରୁ ନୋଟିସ ପାଇଁ ହାଜର ହେଲେ ଦୀପିକା । ପ୍ରେମିକଙ୍କ ଘର ଆଗରେ ଧାରଣା ପରେ ମହିଳା କମିଶନରେ ପହଁଚିଲେ । ନ୍ୟାୟ ଦାବି କରି ପରିବାର ସହ ପହଂଚିଲେ ଦୀପିକା । ସ୍ତ୍ରୀ ମର୍ଯ୍ୟାଦା ଦାବି କରି ଦୀର୍ଘଦିନରୁ ଧାରଣା ଦେଉଥିଲେ ଦୀପିକା । ଶ୍ୱଶୁର ଘର ଆଗରେ ଦୀର୍ଘ ୪୭ ଦିନ ହେଲା ଦୀପିକା ଧାରଣା ଦେଇଥିଲେ । ଆଜି ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଡ଼କାଇଥିବା ବେଳେ ସେ ହାଜର ହୋଇଛନ୍ତି । ପ୍ରେମିକ ଦିନେଶଙ୍କୁ ବି ନୋଟିସ୍ କରାଯାଇଛି । ୪୭ ଦିନ ହେଲା କିଛି ସମାଧାନର ବାଟ ବାହାରିନଥିବା ବେଳେ ଆଜି କିଛି ବାଟ ବାହାରିପାରେ ବୋଲି ଅନୁମାନ କରାଯାଉଛି । ଦୀପିକା ଭୁବନେଶ୍ୱର ଆସିବା ପରେ ଧାରଣାସ୍ଥଳ ଖାଲିପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking