28.1 C
Bhubaneswar
Saturday, April 27, 2024
Homeଓଡିଶାଜୁନ୍ ୩୦ ଯାଏଁ ବଢ଼ିଲା ଗାଡ଼ି ପରମିଟ୍‌

ଜୁନ୍ ୩୦ ଯାଏଁ ବଢ଼ିଲା ଗାଡ଼ି ପରମିଟ୍‌

ଭୁବନେଶ୍ୱର : ଗାଡି ଚାଳକଙ୍କୁ ଆଶ୍ୱସ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ।ଦେଶରେ ଲକ୍ ଡାଉନ୍ ପାଇଁ ଗାଡ଼ି ପରମିଟ୍ ଅବଧି ବଢ଼ିଲା । ୨୦୨୦ ଜୁନ୍ ପର୍ଯ୍ୟନ୍ତ ଗାଡ଼ି ପରମିଟ୍ ଅବଧି ବଢ଼ାଇଲେ କେନ୍ଦ୍ର ପରିବହନ ମନ୍ତ୍ରାଳୟ । ଡ୍ରାଇଭିଂ ଲାଇସେନ୍ସ, ପରମିଟ୍‌, ରେଜିଷ୍ଟ୍ରେସନ୍‌, ଫିଟନେସ୍ ପାଇଁ ଅବଧି ବଢ଼ିଲା । ଫେବୃଆରୀ ୧ ରୁ ଜୁନ୍ ୩୦ ସୁଦ୍ଧା ସରୁଥିବା ଗାଡ଼ି ଡକ୍ୟୁମେଂଟ ପାଇଁ ଏହା ଲାଗୁ । ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳକୁ ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶ । ଫେବୃଆରୀ ୧ରୁ ସରୁଥିବା ଡକ୍ୟୁମେଂଟ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ । ଲକ୍ ଡାଉନଡ଼୍ ପାଇଁ ନବୀକରଣ ସମ୍ଭବ ହେଉନଥିବାରୁ ଏହି ଅବଧି ବଢ଼ିଲା ।
ଅନ୍ୟପଟେ ଲଂର୍ନି ଲାଇସେନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ମଧ୍ୟ ବଢ଼ିଲା । କେନ୍ଦ୍ରର ନିର୍ଦ୍ଦେଶନାମା ପରେ ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ସୂଚନା ।ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ମଧ୍ୟ ବଢ଼ିଲା । ଜୁନ୍ ୩୦ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ବୈଧ । ଏଥିସହ ପରିବହନ ମନ୍ତ୍ରାଳୟ ନିର୍ଦ୍ଦେଶିତ ଡକ୍ୟୁମେଂଟ ମଧ୍ୟ ବୈଧ । ଟ୍ୱିଟ୍ ଜରିଆରେ ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking