29.1 C
Bhubaneswar
Wednesday, May 1, 2024
Homeଅପରାଧରାଜଧାନୀରେ ଅଘଟଣ ; ମହିଳାଙ୍କୁ ହତ୍ୟା

ରାଜଧାନୀରେ ଅଘଟଣ ; ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀର ଫାର୍ସ ବଜାରରେ ଘଟିଛି ଅଭାବନୀୟ ଘଟଣା। କମନ୍ ଟ୍ୟାପରୁ ପାଣି ବ୍ୟବହାରକୁ ନେଇ ବଚସା। ତେବେ ପୁଲିସ କହିବା ଅନୁସାରେ, ଏଠାରେ ଏକ ବିଲ୍ଡିଂର ପ୍ରଥମ ମହଲାରେ ଚାରୋଟି ଗୃହ ମଧ୍ୟରୁ ଗୋଟିଏ ଘର ମାଲିକ ଏବଂ ଅନ୍ୟ ତିନୋଟିକୁ ତିନି ପରିବାର ବ୍ୟବହାର କରନ୍ତି। ଏହି ଚାରୋଟି ପରିବାରର ଅନ୍ତେବାସୀଙ୍କ ପାଇଁ ଗୋଟିଏ କମନ୍ ଟଏଲଟ ଏବଂ ଗୋଟିଏ କମନ୍ ଟ୍ୟାପ୍ ରହିଛି। ଏହି କମନ୍ ଟ୍ୟାପରେ ପାଣି ବ୍ୟବହାରକୁ ନେଇ ଏପ୍ରିଲ ୧୨ରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା। ମୃତ ୩୪ ବର୍ଷୀୟ ସୋନି ଏବଂ ତାଙ୍କ ସ୍ୱାମୀ ସତବୀରଙ୍କ ସହ ଅଭିଯୁକ୍ତ ନାବାଳିକା ଏବଂ ତାଙ୍କ ମାଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସକାଳେ ବଚସା ମଧ୍ୟରେ ସୋନି ନାବାଳିକାଙ୍କ ହାତ ମୋଡ଼ି ଦେଇଥିଲେ। ଫଳରେ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଫେରିଥିଲେ ନାବାଳିକା। ଡାକ୍ତରଖାନାରୁ ଫେରିବା ପରେ ନାବାଳିକା ଜଣକ ପୁନର୍ବାର ପାଣି ବ୍ୟବହାରକୁ ନେଇ ଝଗଡ଼ା ଲଗାଇଥିଲେ। ସୋନି ଏବଂ ତାଙ୍କ ସ୍ୱାମୀ ମଧ୍ୟ ସେମାନଙ୍କ ସହ ପୁନଃ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକା ଜଣକ ଏକ ଛୁରୀ ସାହାଯ୍ୟରେ ସୋନିଙ୍କୁ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ, ସକାଳେ ବଚସା ସମୟରେ କୌଣସି ସୂଚନା ଦିଆଯାଇନଥିଲା। ବର୍ତ୍ତମାନ ମୃତଦେହ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେ ନାବାଳିକା ହୋଇଥିବାରୁ ତାଙ୍କୁ ବାଳ ସୁଧାର ବୋର୍ଡରେ ହାଜର କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking