36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ଗିରଫ ହେବାର ୮ ଘଣ୍ଟା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଛି ଜାମିନ । ମାମଲା ରୁଜୁ ପରେ ପୋଲିସ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅଡୁଆରେ ଫସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ।

କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ । ସେପଟେ ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି । ସ୍ଥିତି ପ୍ରତି ସଜାଗ ଦୃଷ୍ଟି ଦେବା ଲାଗି ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking